ମଞ୍ଜରୀରେ ଆଜିଠୁ ନୂଆ ମେଗା ଧାରାବାହିକ “ମୋ ଦେହେ ବୋଳି ଦେ ତୋ ଦେହ କଳା” : ନୂଆ କାହାଣୀ ଓ ଦମଦାର ଷ୍ଟାରକାଷ୍ଟ ଭିତରେ ଆରମ୍ଭ ହେଉଛି ସିରିଏଲ

ସୋମବାରରୁ- ଶନିବାର ସଂଧ୍ୟା ୭ଟା ୩୦ରେ ପ୍ରସାରଣ

530

ଓଡିଶାର ୨୪ ଘଂଟିଆ ମନୋରଂଜନ ଚ୍ୟାନେଲ ‘ମଞ୍ଜରୀ’ରେ ଆଜିଠୁ ନୂଆ ମେଗା ଧାରାବାହିକ ତୋ ଦେହେ ବୋଳି ଦେ ମୋ ଦେହ କଳା ଆରମ୍ଭ ହେଉଛି । ନୂଆ କାହାଣୀ ଓ ଦମଦାର ଷ୍ଟାରକାଷ୍ଟକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସିରିଏଲର ପ୍ରସାରଣ ଆଜି ହେବ । ଏହା ସୋମବାର ଠାରୁ ଶନିବାର ଯାଏଁ ସଂଧ୍ୟା ୭ ଟା ୩୦ ମିନିଟରେ ପ୍ରସାରିତ ହେବ କେବଳ ‘ମଞ୍ଜରୀ’ ଚ୍ୟାନେଲରେ ।

ବାପା ମା ଛେଉଣ୍ଡ ଝିଅଟିଏ ପିଲା ବେଳୁ ମାମୁଁ ମାଇଁଙ୍କ ପାଖରେ ରହୁଛି । କିଭଳି ମାମୁଁ, ମାଇଁଙ୍କ କଥାରେ ପଡି ଦେହରେ କଳା ବୋଳି ନିଜ ସୌନ୍ଦର୍ଯ୍ୟ ଲୁଚାଉଛି, ସେହି କାହାଣୀକୁ ନେଇ ଗତିଶୀଳ ହେବ ମେଗା ଧାରାବାହିକ ତୋ ଦେହେ ବୋଳି ଦେ ମୋ ଦେହ କଳା । ଶ୍ରଦ୍ଧା ପାଣିଗ୍ରାହୀ ଓ ଜ୍ୟୋତିପ୍ରକାଶ ପଣ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ପ୍ରିୟମ୍ବଦା ରାୟ, ଭୂପତି ତ୍ରିପାଠି, ଅକ୍ଷୟ ବସ୍ତିଆ, ଦୁଷ୍ମନ୍ତ ପତି, କେଦାର ମିଶ୍ର, ଅଭୀପସା ଭଂଜ, ସିଲା ତ୍ରିପାଠୀ ପ୍ରମୁଖଙ୍କୁ ଏହି ଧାରା ବାହିକରେ ଦେଖିବାକୁ ମିଳିବ । ସାଇ ଶ୍ରଦ୍ଧା ଟେଲି ପ୍ରଡକ୍ସନ ପ୍ରଯୋଜନାରେ ପ୍ରସ୍ତୁତ ଏହି ଧାରା ବାହିକର ନିର୍ଦ୍ଦେଶନା ଦେଇଛନ୍ତି ରାମକୃଷ୍ଣ ପାଢୀ । ଧାରାବାହିକ ଶୀର୍ଷକ ଗୀତ ରଚନା ସହ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ରତିକାନ୍ତ ଶତପଥୀ ।