ରାଉରକେଲା, ସମ୍ବଲପୁର ଓ ବାଲେଶ୍ବର ସହରରେ ସଫଳତା ପରେ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ୍‌ ‘ମଞ୍ଜରୀ’ର ନୂଆ ରିଆଲିଟି ସୋ’ ‘ଓଡ଼ିଶା ସୁପର୍‌ ସିଙ୍ଗର୍‌’ର ଅଡ଼ିସନ୍‌ ହେବ ବ୍ରହ୍ମପୁର ସହରରେ। ଆସନ୍ତା ଡିସେମ୍ବର ୨୦ ତାରିଖ ବ୍ରହ୍ମପୁର ଟାଉନ୍‌ ହଲ୍‌ଠାରେ ଏହି ଅଡ଼ିସନ୍‌ ଅନୁଷ୍ଠିତ ହେବ । ସଙ୍ଗୀତରେ ରୁଚି ରଖୁଥିବା ପ୍ରତିଯୋଗୀମାନେ ଏଠାକୁ ଆସି ସିଧାସଳଖ ଭାବେ ରେଜିଷ୍ଟ୍ରେସନ୍‌ କରି ଭାଗ ନେଇ ପାରିବେ । ଏହା ପରେ ଡିସେମ୍ବର ୨୧ ତାରିଖ ଭୁବନେଶ୍ବରରେ ଏହାର ପରବର୍ତ୍ତୀ ଅଡ଼ିସନ୍‌ ଅନୁଷ୍ଠିତ ହେବ ।

Advertisment

ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ୍‌ ‘ମଞ୍ଜରୀ’ ପ୍ରଥମ ଥର କେବଳ ଓଡ଼ିଆ ଗୀତକୁ ନେଇ ଏକ ନୂଆ ମ୍ୟୁଜିକ୍‌ ରିଆଲିଟି ସୋ’ ‘ଓଡ଼ିଶା ସୁପର୍‌ ସିଙ୍ଗର’ ଆରମ୍ଭ କରୁଛି । ଯେଉଁଥିରେ ଓଡ଼ିଶାର ୧୫ ବର୍ଷରୁ ଅଧିକ ବୟସର ପ୍ରତିଯୋଗୀ ଯୋଗ ଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇପାରିବେ । ଏହି ସୋ’ରେ ଓଲିଉଡ୍‌ର ଲୋକପ୍ରିୟ ଗାୟିକା ଦୀପ୍ତିରେଖା, ଅନ୍ତରା ଏବ˚ ଗାୟକ ଅଭିଜିତ୍‌ଙ୍କ ସହିତ ଓଡ଼ିଶାର ଘରେ ଘରେ ପରିଚିତ ପ୍ରତିଷ୍ଠିତ ଗାୟିକା ତୃପ୍ତି ଦାଶ ବିଚାରକ ଭାବେ ଯୋଗ ଦେବେ ।

ଏହି ରିଆଲିଟି ସୋ’ରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟ ଦେଇ ଆଗକୁ ବଢ଼ିବାକୁ ହେବ । ଏଥିରେ ବିଜେତାଙ୍କୁ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ସହିତ ଅନେକ ଆକର୍ଷଣୀୟ ଉପହାର ମିଳିବ । ଏହା ସହିତ ମଞ୍ଜରୀ ମୁଭିଜ୍‌, ମ୍ୟୁଜିକ୍‌ ଭିଡ଼ିଓ, ରେଡ଼ିଓ ଚକଲେଟ୍‌, ଆମର ମ୍ୟୁଜିକ୍‌ ଏବ˚ ଓଡ଼ିଆୱାନ୍‌ ପରି ପ୍ଲାଟ୍‌ଫର୍ମରେ ଗୀତ ଗାଇବାର ସୁଯୋଗ ମିଳିବ ।