କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧିନ ଜେଡିୟୁରେ ଯୋଗ ଦେଇଛନ୍ତି ପୂର୍ବତନ ଆଇଏଏସ ଅଧିକାରୀ ମନୀଷ ବର୍ମା । ଜେଡିୟୁରେ ମନୀଷଙ୍କ ପ୍ରବେଶ ପରେ ତାଙ୍କୁ ଦଳରେ ଏକ ବଡ ଦାୟିତ୍ୱ ଦିଆଯାଇପାରେ ବୋଲି ଅନୁମାନ କରାଯାଉଥିଲା । ଜେଡିୟୁ ରେ ମନୀଷଙ୍କ ଦାୟିତ୍ୱ କଣ ରହିବ ତାହା ଘୋଷଣା ହୋଇସାରିଛି । ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ସଭାପତି ନୀତୀଶ କୁମାର ମନୀଷଙ୍କୁ ଏକ ବଡ ଦାୟିତ୍ୱ ଦେଇଛନ୍ତି । ମନୀଷ ବର୍ମାଙ୍କୁ ଜାତୀୟ ସାଧାରଣ ସମ୍ପାଦକ କରିଛନ୍ତି ଭାବେ ନିଯୁକ୍ତ କରିଛନ୍ତି ନୀତିଶ କୁମାର ।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉତ୍ତରାଧିକାରୀ ଭାବରେ ମନୀଷ ବର୍ମାଙ୍କ ନାମ ମଧ୍ୟ ଆଲୋଚନା କରାଯାଉଛି । ମନୀଷ ନୂଆ ଦାୟିତ୍ୱ ପାଇବା ପରେ, ବର୍ତ୍ତମାନ ଏହି ଚର୍ଚ୍ଚା ଆହୁରି ଅଧିକ ତୀବ୍ର ହୋଇଛି ଯେ, ଜେଡିୟୁରେ ନୀତୀଶ କୁମାରଙ୍କ ପରେ ମନୀଷ ନମ୍ବର -୨ ହେବେ କି? ନିକଟରେ ଦିଲ୍ଲୀରେ ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ବୈ÷ଠକ ହୋଇଥିଲା । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ନୀତୀଶଙ୍କ ପାଖରେ ରାଜ୍ୟସଭାର ସାଂସଦ ସଂଜୟ ଝା ଙ୍କୁ ଜେଡିୟୁର କାର୍ଯ୍ୟକାରୀ ଅଧକ୍ଷ୍ୟ କାରାଯାଇଥିଲା ।
ସଂଜୟ ଝା ଙ୍କୁ କାର୍ଯ୍ୟକାରୀ ଅଧକ୍ଷ୍ୟ କରାଯିବା ପରେ, ନୀତୀଶଙ୍କ ପରେ ସଂଜୟ ଝା ଦଳରେ ନମ୍ବର -୨ ହେବେ କି ନାହିଁ ସେନେଇ ଅନେକ ଆଲୋଚନା ହୋଇଥିଲା । ହେଲେ ବର୍ତ୍ତମାନ ମନୀଷ ବର୍ମାଙ୍କୁ ଦିଆଯାଇଥିବା ଏହି ଦାୟିତ୍ୱ ପରେ ମନୀଷଙ୍କ ନମ୍ବର -୨ ବିଷୟରେ ଆଲୋଚନା ଆରମ୍ଭ ହୋଇଛି । କାରଣ ମନୀଷଙ୍କୁ ରାମଚନ୍ଦ୍ର ପ୍ରସାଦ ସିଂ ଙ୍କ ସମସ୍ତ ଦାୟିତ୍ୱ ଦିଆଯାଇଛି ।
ଆରସିପି ସିଂ ମଧ୍ୟ ଜଣେ ପୂର୍ବତନ ଆଇଏସସ୍ ଅଧିକାରି ଥିଲେ ଏବଂ ତାଙ୍କ ନାମ ନୀତୀଶ କୁମାରଙ୍କ ଉତ୍ତରାଧିକାରୀ ଭାବରେ ମଧ୍ୟ ଆଲୋଚନା କରାଯାଉଥିଲା । ଯେତେବେଳେ ରାମଚନନ୍ଦ୍ର ପ୍ରସାଦ ସିଂ ଜେଡିୟୁରୁ ରାଜନୀତି ଯାତ୍ରା ଆରମ୍ଭ କଲେ , ନୀତୀଶ ମଧ୍ୟ ସଂଗଠନର ଦାୟିତ୍ୱ ତାଙ୍କୁ ଦେଇଥିଲେ ଏବଂ ପରେ ସେ ଜାତୀୟ ରାଷ୍ଟ୍ରପତି ପଦରେ ମଧ୍ୟ ପହଁଚିଥିଲେ ।
ମନୀଷ ବର୍ମା ହେଉଛନ୍ତି ଓଡିଶା କ୍ୟାଡରର ୨୦୦୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ । ୧୨ ବର୍ଷ ଧରି ଓଡିଶାରେ କାର୍ଯ୍ୟ କରିଥିବା ମନୀଷ ମଧ୍ୟ ଅନେକ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ ଥିଲେ । ୨୦୧୨ ମସିହାରେ ତାଙ୍କ ବାପାଙ୍କ ଅସୁସ୍ଥତାକୁ ଦର୍ଶାଇ ସେ ବିହାରକୁ ଡେପୁଟେସନରେ ଆସିଥିଲେ । ମନୀଷ ପାଟଣା ଏବଂ ପୂର୍ଣ୍ଣିଆରେ ଜିଲ୍ଲା ମାଜିଷ୍ଟ୍ରେଟ ଥିଲେ ଏବଂ ସାମାଜିକ କଲ୍ୟାଣ ଏବଂ ବିଦ୍ୟୁତ କମ୍ପାନୀରେ ମଧ୍ୟ ପୋଷ୍ଟିଂ ପାଇଥିଲେ । ନୀତୀଶ କୁମାରଙ୍କ ସଚିବ ମଧ୍ୟ ରହିସାରିଛନ୍ତି ମନୀଷ ବର୍ମା ।