କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ନବଜୋତସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଏବେ କଂଗ୍ରେସ ଭିତରେ ଅନ୍ତଃକନ୍ଦଳ ଆରମ୍ଭ ହୋଇଯାଇଛି । କଂଗ୍ରେସର ବରିଷ୍ଠ ନେତା ସିଦ୍ଧୁଙ୍କ ନାମ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି । ତିୱାରୀ କହିଛନ୍ତି କି ପଞ୍ଜାବରେ ଚାଲିଥିବା କନ୍ଦଳକୁ ନେଇ ସବୁଠାରୁ ଅଧିକ ଖୁସି ହେଉଛି ପାକିସ୍ତାନ । କେବଳ ସେତିକି ନୁହେଁ ସେ ଆଉପାଦେ ଆଗକୁ ଯାଇ କହିଛନ୍ତି କି କ୍ୟାପଟେନ ଅମରିନ୍ଦରଙ୍କ କଥା ସତ ହେବାକୁ ଯାଉଛି ।
ତିୱାରୀ ସିଦ୍ଧୁଙ୍କୁ ଟାର୍ଗେଟ୍ କରି କହିଛନ୍ତି କି “ପଞ୍ଜାବରେ ଯାହା ଘଟିଲା ତାହା ଘଟିବ ବୋଲି ଆଗରୁ ଅନୁମାନ କରାଯାଉଥିଲା, ଯଦି ପଞ୍ଜାବ କଂଗ୍ରେସର ଅସ୍ଥିରତା ନେଇ ସବୁଠାରୁ ବେଶି ଖୁସି କେହି ହୋଇଥାଏ ସେ ହେଉଛି ପାକିସ୍ତାନ,” ମନୀଷ କହିଛନ୍ତି କି ପାକିସ୍ତାନ ଭାବୁଛି ଯଦି ପଞ୍ଜାବରେ ଏଭଳି ଅସ୍ଥିରତା ଲାଗି ରହେ ତେବେ ସେମାନଙ୍କୁ ତାଙ୍କ ଉର୍ଦ୍ଦେଶ୍ୟ ପୂରଣ କରିବାକୁ ସହଜ ହେବ ।
ଅନ୍ୟପଟେ ମନୀଷଙ୍କ ଏଭଳି ବୟାନ ସ୍ପଷ୍ଟ କରୁଛି କି ପଞ୍ଜାବରେ ଲାଗିଥିବା ଦଳର ଅସ୍ଥିରତା ପୂରା ଦେଶରେ ଦଳକୁ ଭାଗ ଭାଗ କରିବାରେ ଲାଗିଛି । କଂଗ୍ରେସ ନେତାମାନେ ଏବେ ପରସ୍ପର ବିରୋଧରେ ମନଇଚ୍ଛା ବୟାନ ବାଜି କରିବାରେ ଲାଗିଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଦେଇଥିବା ବୟାନକୁ ନେଇ ପୂର୍ବ ସାଂସଦ ସନ୍ଦୀପ ଦିକ୍ଷୀତ କ୍ୟାପଟେନଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଦିକ୍ଷୀତ କହିଛନ୍ତି ଯେ “ମୋତେ ଲାଗୁଛି କ୍ୟାପଟେନ ଦଳର ଉଚ୍ଚପଦସ୍ଥ ନେତାଙ୍କ ଉପରେ ରାଗିବାର କିଛି କାରଣ ନାହିଁ, କାରଣ କ୍ୟାପଟେନଙ୍କ ପଦ ତାଙ୍କ ବିଧାୟକଙ୍କ ଅସନ୍ତୋଷ ପାଇଁ ଯାଇଛି”
As a Punjab MP, I'm extremely distressed about happenings in Punjab. Peace in Punjab was extremely hard-won. 25,000 people, bulk of them Congress men, sacrificied themselves to bring peace back to Punjab after fighting extremism & terrorism b/w 1980-1995: Manish Tewari, Congress pic.twitter.com/VCF31OQh6P
— ANI (@ANI) September 29, 2021
ସେପଟେ କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭି ପଞ୍ଜାବ କଂଗ୍ରେସରେ ଲାଗିରହିଥିବା ସଂକଟକୁ ନେଇ ପାର୍ଟିର ନେତୃତ୍ୱଙ୍କ ଉପରେ ଟାର୍ଗେଟ୍ କରିଛନ୍ତି । ନକବି କହିଛନ୍ତି ଯେ କଂଗ୍ରେସ ନେତୃତ୍ୱ ମ୍ୟୁଜିକାଲ ଚେୟାର ଖେଳୁଛନ୍ତି ।