୧୦ ରାଉଣ୍ଡ ପର୍ଯ୍ୟନ୍ତ ଚିନ୍ତାରେ ଥିଲେ ମନୀଷ ଶିଶୋଦିଆ । ବିଜେପି ପ୍ରାର୍ଥୀ ସହ କଡ଼ା ଟକ୍କର ପରେ ଶେଷର ଜିତିଲେ ।

725

କନକ ବ୍ୟୁରୋ : ଦିଲ୍ଲୀ ନିର୍ବାଚନ ଭୋଟ୍ ଗଣତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୭୦ରୁ ୬୩ଟି ଆସନରେ ଆଗୁଆ ରହିଥିବା ଆମ ଆଦମୀ ପାର୍ଟିକୁ ବିଜୟର ପ୍ରଥମ ସ୍ବାଦ ଚଖାଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ପାର୍ଟିର ପ୍ରଭାବଶାଳୀ ନେତା ମନୀଷ ଶିଶୋଦିଆ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କଠାରୁ ମାତ୍ର ୨ ହଜାର ଅଧିକ ଭୋଟ ପାଇ ବିଜୟ ଲାଭ କରିଛନ୍ତି ବୋଲି ସୂଚନା ରହିଛି ।

ପତପରଗଞ୍ଜ ନିର୍ବାଚନ ମଣ୍ଡଳୀରୁ ମଇଦାନକୁ ଓହ୍ଲାଇଥିବା ସିସୋଦିଆଙ୍କର ତାଙ୍କର ପ୍ରତିଦ୍ୱନ୍ଦୀ ବିଜେପିର ରବିନ୍ଦର ସିଂହ ନେଗିଙ୍କ ସହ କଡ଼ା ଟକ୍କର ହୋଇଥିଲା । ଶେଷ ପର୍ଯ୍ୟନ୍ତ ସିସୋଦିଆ ଓ ରବିନ୍ଦରଙ୍କକ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦୀତା ଦେଖିବାକୁ ମିଳିଥିଲା । ଶେଷରେ ମାତ୍ର ୨ ହଜାର ଭୋଟରେ ସିସୋଦିଆ ବିଜୟ ଲାଭ କରି ଆପ୍ର ସ୍ଥିତିକୁ ଆହୁରି ସୁଦୃଢ଼ କରିଛନ୍ତି।

ଆପ୍ ପାଇଁ ପତପରଗଞ୍ଜ ଏକ ସମ୍ମାନଜନକ ଆସନ ଥିଲା । ୧୯୯୩ ମହିହାରେ ଏହି ଆସନକୁ ବିଜେପି ଜିତିଥିଲା । ତା’ପରଠାରୁ ପତପରଗଞ୍ଜରେ କଂଗ୍ରେସ ରାଜ୍ କରି ଆସୁଥିଲା । ମାତ୍ର ୨୦୧୩ ଓ ୨୦୧୫ରେ ଏହି ଆସନକୁ ସିସୋଦିଆ ଜିତିଥିଲେ ।