କନକ ବ୍ୟୁରୋ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଳିଲା ଜାମିନ୍। ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଦୁଇ ଜଣିଆ ଖଣ୍ଡପୀଠ ୩ଟି ସର୍ତ୍ତ ରଖି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
-ପ୍ରଥମ ସର୍ତ୍ତରେ ସିସୋଦିଆ ୧୦ଲକ୍ଷ ଟଙ୍କାର ବେଲବଣ୍ଡ ଦେବେ
-ଦ୍ବିତୀୟ ସର୍ତ୍ତରେ ତାଙ୍କ ପାଇଁ ଦୁଇ ଜଣ ଜାମିନଦାର ରହିବେ
-ତୃତୀୟ ସର୍ତ୍ତରେ ସିସୋଦିଆଙ୍କ ପାସପୋର୍ଟ କୋର୍ଟରେ ଦାଖଲ କରିବେ
-ସପ୍ତାହକୁ ଦୁଇ ଦିନ ଥାନାରେ ହାଜିରା ପକାଇବେ

Advertisment

୧୭ମାସ ପରେ ସିସୋଦିଆଙ୍କୁ ଜାମିନ
-୨୬ ଫେବୃଆରୀ ୨୦୨୩ରେ ସିବିଆଇ ଗିରଫ କରିଥିଲା
-ମାର୍ଚ୍ଚ ୯, ୨୦୨୩ରେ ଇଡ଼ି ମଧ୍ୟ ସିସୋଦିଆଙ୍କୁ ଗିରଫ କରିଥିଲା
-୧୭ମାସ ହେଲା ତିହାର ଜେଲରେ ଥିଲେ ଆପ୍
-ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି

ସିସୋଦିଆଙ୍କୁ ଜାମିନ ମିଳିବାପରେ ଆମ ଆଦମୀ ପାର୍ଟି ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।ଦଳ କହିଛି ସତ୍ୟର ବିଜୟ ହୋଇଛି । ମିଠା ବାଟିଂ ଖୁସି ମନାଇଛି ଦଳ ଓ ସିସୋଦିଆଙ୍କ ପରିବାର । ଅନ୍ୟପଟେ କୋର୍ଟଙ୍କ ଫଇସଲାକୁ ସ୍ବାଗତ କରିବା ସହ ଭାବବିହ୍ବଳ ହୋଇପଡିଥିଲେ କ୍ୟାବିନେଟ ମନ୍ତ୍ରୀ ଆତିସୀ ମାର୍ଲେନା, ସେପଟେ ବିଜେପି କହିଛି ଜାମିନକୁ ନେଇ ଆପର ଖୁସି ବେଶୀ ଦିନ ରହିବନି । କାରଣ ଅପରାଧୀ କେବେ ବି ଆଇନ ହାତରୁ ଖସିପାରିବନି । କୋର୍ଟଙ୍କ ପରବର୍ତ୍ତୀ ଫଇସଲାକୁ ଅପେକ୍ଷା ।

ଦିଲ୍ଲୀ ହାଇକୋର୍ଟ ଜାମିନ ନାମଞ୍ଜୁର ହେବା ପରେ ସିସୋଦିଆ ସୁପ୍ରିମକୋଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ମନିଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଜଷ୍ଟିସ ଭି.ଆର ଗୋଗଇ ଓ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠ ତିନି ଦିନ ତଳେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଶୁକ୍ରବାର ସର୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ