ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସୂଚନା, ଦିନକ ପରେ ଦିଲ୍ଲୀରେ ଖୋଲିବ ସ୍କୁଲ

54

କନକ ବ୍ୟୁରୋ : ଦିଲ୍ଲୀ ସରକାର ରାଜ୍ୟର ସମସ୍ତ ସ୍କୁଲ ପୁଣି ୨୯ ତାରିଖ ଠାରୁ ଖୋଲିବେ । ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଟ୍ୱିଟ ମୁତାବକ ସୋମବାର ଠାରୁ ସମସ୍ତ ଶ୍ରେଣୀର ଛାତ୍ର ଛାତ୍ରୀ ସ୍କୁଲ ଯାଇପାରିବେ ବୋଲି କୁହାଯାଇଛି । ସରକାରଙ୍କ ସୂଚନା ମୁତାବକ କିଛିଦିନ ହେବ ଦିଲ୍ଲୀରେ ପ୍ରଦୁଷଣ ମାତ୍ରା ଧିରେ ଧିରେ କମିବାରେ ଲାଗିଛି । ଏବେ ଦିଲ୍ଲୀରେ ଦୀପାବଳି ପୂର୍ବଭଳି ପ୍ରଦୁଷଣ ସ୍ଥିତି ରହିଛି ।

କହିରଖୁ କି କିଛିଦିନ ତଳେ ଦିଲ୍ଲୀରେ ବାୟୁ ପ୍ରଦଷଣ ଏତେମାତ୍ରାରେ ବୃଦ୍ଧି ପାଇଥିଲା ଯେ ଯାହାକୁ ନଜରରେ ରଖି ଦିଲ୍ଲୀ ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅନେକ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେବା ସହ ଦିଲ୍ଲୀର ସମସ୍ତ ପରିବହନ ଓ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିଥିଲେ କେଜ୍ରିୱାଲ ସରକାର । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମ କୋର୍ଟ । ଏନେଇ କୋର୍ଟ ଉଭୟ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ଅପରାଗତାକୁ ନେଇ ଭତ୍ସନା କରିଛନ୍ତି । ଏହାପରେ ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବାକୁ ଅନେକ ପଦକ୍ଷେପ ନେଇଛନ୍ତି ।