କନକ ବ୍ୟୁରୋ: ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ମନୀଷ ସିସୋଦିଆ । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କରିଥିବା ତଦନ୍ତକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ସିସୋଦିଆ । ଏନେଇ ସିସୋଦିଆଙ୍କ ଅପିଲ ଉପରେ ଯଥାଶୀଘ୍ର ଶୁଣାଣି କରିବାକୁ ଦାବୀ କରାଯାଇଥିବା ଜଣାପଡିଛି ।

Advertisment

ଅନ୍ୟପଟେ ସିବିଆଇ ମଧ୍ୟ ଆଜି ରିମାଣ୍ଡର ପ୍ରଥମ ଦିନରେ ସିସୋଦିଆଙ୍କ ପଚରାଉଚୁରା ଆରମ୍ଭ କରିଛି । ସିବିଆଇ ଏଥିପାଇଁ ପ୍ରଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି । କୁହାଯାଉଛି ଯେ, ସିବିଆଇ ନୂଆ କରି ପୁଣିଥରେ ସିସୋଦିଆଙ୍କୁ ପଚରାଉଚୁରା କରିବ । ପୂର୍ବରୁ ଜେରା ସମୟରେ ଯେଉଁ ପ୍ରଶ୍ନର ଉତ୍ତର ସିସୋଦିଆ ଦେଇନଥିଲେ ସେସବୁ ପ୍ରଶ୍ନ ପ୍ରଶ୍ନ ପୁଣିଥରେ କରାଯିବ ବୋଲି ସୂଚନା ରହିଛି ।