କନକ ବ୍ୟୁରୋ: ଦିଲ୍ଲୀର ଏକ ଅଦାଲତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଛନ୍ତି । ତେବେ କୋର୍ଟ ସିବିଆଇର ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି । ମାର୍ଚ୍ଚ ୬ ଯାଏ ତାଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରାଯାଇଛି ।
ସେପଟେ ମାର୍ଚ୍ଚ ୧୦ ତାରିଖରେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ କୋର୍ଟ ଶୁଣାଣି କରିବେ । ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସିସୋଦିଆଙ୍କୁ ସିବିଆଇ ମୁଖ୍ୟାଳୟରୁ ବାହାରକୁ ଆଣିବା ବେଳେ ପୋଲିସକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ଦିଲ୍ଲୀ ପୋଲିସ, ରାପିଡ ଆକ୍ସନ ଫୋର୍ସ ଏବଂ କେନ୍ଦ୍ରୀୟ ରିଜର୍ଭ ବଳକୁ ନିୟୋଜିତ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/Capture-6.jpg)