ଦିଲ୍ଲୀ ଅବକାରୀ ଦୁର୍ନୀତି: ମାର୍ଚ୍ଚ ୨୦ ଯାଏ ଜେଲରେ ରହିବେ ମନୀଷ ସିସୋଦିଆ।

ଦିଲ୍ଲୀ ଅବକାରୀ ଦୁର୍ନୀତି: ମାର୍ଚ୍ଚ ୨୦ ଯାଏ ଜେଲରେ ରହିବେ ମନୀଷ ସିସୋଦିଆ।

କନକ ବ୍ୟୁରୋ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ରାଉଜ ଏଭିନ୍ୟୁ କୋର୍ଟ ତାଙ୍କୁ ୨୦ ତାରିଖ ଯାଏ ହାଜତକୁ ପଠାଇଦେଇଛନ୍ତି । ମାର୍ଚ୍ଚ ୨୦ ତାରିଖରେ ତାଙ୍କୁ କୋର୍ଟରେ ହାଜର କରାଯିବ । ମାର୍ଚ୍ଚ ୪ ତାରିଖରେ ତାଙ୍କର ସିବିଆଇ ରିମାଣ୍ଡ ଅବଧିକୁ ୨ଦିନ ପାଇଁ ବଢାଇ ଦିଆଯାଇଥିଲା । ଆଜି ରିମାଣ୍ଡ ଶେଷ ହେବା ପରେ ପୁଣି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଜଷ୍ଟିସ ଏମ କେ ନାଗପାଲ ମାମଲାର ଶୁଣାଣି କରିଥିଲେ ।

ସିବିଆଇ ୨୦୨୧-୨୨ରେ ଅବକାରୀ ଦୁର୍ନୀତି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ସହ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ଫେବ୍ରୁଆରୀ ୨୬ରେ ତାଙ୍କୁ ଗିରଫ କରାଯାଇଥିଲା । ଗତ ବର୍ଷ ଜୁନରେ ଦିଲ୍ଲୀର ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ପରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି । ସିବିଆଇ ପକ୍ଷରୁ ଓକିଲ କହିଛନ୍ତି ଯେ ଆମେ ଆଉ ସିବିଆଇ ରିମାଣ୍ଡ ମାଗୁନାହୁଁ । ଆଗାମୀ ୧୫ ଦିନ ମଧ୍ୟରେ ଆମେ ରିମାଣ୍ଡ ପାଇଁ ଆବେଦନ କରିବୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe