କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ବନ୍ଦ ଥିବା ଆପର ଦୁଇ ନେତା ମନୀଷ ସିସୋଦିଆ ଏବଂ ସତୈନ୍ଦ୍ର ଜୈନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହା ପରେ ଅରବିନ୍ଦ କେଜ୍ରିୱାଲ ନିଜ ସରକାରରେ ଦୁଇ ନୂଆ ମୁହଁଙ୍କୁ ସାମିଲ କରିଛନ୍ତି । ସୌରଭ ଭରଦ୍ୱାଜ ଏବଂ ଆତିଶୀ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ଦୁଇ ଜଣଙ୍କୁ ସିସୋଦିଆ ଏବଂ ଜୈନଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ତେବେ ବର୍ତ୍ତମାନ ଆତିଶୀଙ୍କୁ ସିସୋଦିଆଙ୍କ ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି । ତେଣୁ ତାଙ୍କ ନୂଆ ଠିକଣା ପାଲଟିଛି ଏବି-୧୭ ମଥୁରା ରୋଡ ହୋଇଛି ।
ଦିଲ୍ଲୀର ଦୁଇ ଆପ ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶୀ ମାର୍ଲିନା ମାର୍ଚ୍ଚ ୯ରେ ରାଜଭବନରେ ମନ୍ତ୍ରୀ ପଦର ଶପଥ ନେଇଥିଲେ । ଏହା ପରେ ସେମାନଙ୍କୁ ତାଙ୍କର ବିଭାଗ ଆବଣ୍ଟିତ କରାଯାଇଥିଲା । ଆତିଶୀଙ୍କ ପାଖରେ ୬ଟି ବିଭାଗ ଥିବା ବେଳେ ସେ ଶିକ୍ଷା, ପୂର୍ତ୍ତ, ମହିଳା ଏବଂ ଶିଶୁ କଲ୍ୟାଣ, ଶକ୍ତି, କଳା, ଭାଷା ଏବଂ ସଂସ୍କୃତି ବିଭାଗର ଦାୟିତ୍ୱ ନେଇଛନ୍ତି । ସେହିଭଳି ସୌରଭ ଭରଦ୍ୱାଜଙ୍କ ପାଖରେ ୭ଟି ବିଭାଗ ରହିଛି । ଏଥିରେ ସ୍ୱାସ୍ଥ୍ୟ, ସହର ବିକାଶ, ଜଳ ସମ୍ପଦ, ବନ୍ୟା ନିୟନ୍ତ୍ରଣ ଭଳି ବିଭାଗର ଦାୟିତ୍ୱ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/hsghd-di.jpg)