ପାରା ଅଲିମ୍ପିକ୍ସରେ ୧୫ଛୁଇଁଲାଣି ପଦକ ସଂଖ୍ୟା : ଆଜି ସୁଟିଂରେ ଆସିଲା ଆଉ ୨ଟି ପଦକ

113

କନକ ବ୍ୟୁରୋ : ଟୋକିଓ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ବଢିବାରେ ଲାଗିଛି । ଆଜି ସକାଳୁ ଆଉ ଦୁଇଟି ପଦକ ଆସିଛି । ସୁଟିଂରେ କମାଲ କରିଛନ୍ତି ଭାରତୀୟ ଖେଳାଳି । ପି-୪ ମିକ୍ସଡ୍ ୫୦ ମିଟର ପିସ୍ତଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମନିଷ ନରୱାଲ । ସମାନ ଇଭେଂଟରେ ସିଙ୍ଘରାଜ ରୌପ୍ୟ ପଦକ ଜିତିଛନ୍ତି । ମନିଷ ୨୧୮.୨ ପଏଂଟ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ସିଙ୍ଘରାଜ ୨୧୬.୭ ପଏଂଟ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ପାରା ଅଲିମ୍ପିକ୍ସରେ ସିଙ୍ଘରାଜଙ୍କ ଏହା ଦ୍ୱିତୀୟ ପଦକ । ପୂର୍ବରୁ ୧୦ ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ପଦକ ଜିତିଥିଲେ ସିଙ୍ଘରାଜ ।

ଏହି ମେଡାଲ ସହ ଭାରତର ପଦକ ସଂଖ୍ୟା ୧୫ରେ ପହଞ୍ଚିଛି । ଭାରତର ପାଇଁ ଗୌରବ ଆଣିଥିବା ଏହି ଦୁଇ ସୁଟରଙ୍କ ଘର ଫରିଦାବାରେ । ପଦକ ଜିତିବା ପରେ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ପରିବାର ଲୋକେ ଏକାଠି ବସି ଟିଭିରେ ମ୍ୟାଚ୍ ଦେଖୁଥିଲେ । ମେଡାଲ ଜିତିବା ପରେ ସମସ୍ତେ ସେଲିବ୍ରେସନ୍ କରିଥିଲେ । କ୍ୱାଲିଫିକେସନରେ ସିଙ୍ଘରାଜ ୫୩୬ ପଏଂଟ ସହ ଚତୁର୍ଥ ସ୍ଥାନରେ ରହିଥିଲେ । ସେହିପରି ମନିଷ ୫୩୩ ପଏଂଟ ସହ ସପ୍ତମ ସ୍ଥାନରେ ଥିଲେ । ମନିଷ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଆଣି ଦେଇଛନ୍ତି । ମନିଷଙ୍କ ପୂର୍ବରୁ ଅବନୀ ଲେଖାରା ଓ ସୁମିତ ଅଂତିଲ ଦେଶ ପାଇଁ ପାରା ଅଲିମ୍ପିକ୍ସରୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।