କନକ ବ୍ୟୁରୋ: ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବଡ ଆଶ୍ୱସ୍ତି ମିଳିଛି । ବର୍ତ୍ତମାନ ସେ ବିହାର ଜେଲରେ ହିଁ ରହିବେ । ପାଟନା ସିଭିଲ କୋର୍ଟ ନିଜ ରାୟରେ କହିଛନ୍ତି ଯେ, ମନୀଷ କଶ୍ୟପ ତାମିଲନାଡୁରେ ଆବଶ୍ୟକ ପଡିଲେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବେ । ସୂଚନା ଅନୁସାରେ ମନୀଷ କଶ୍ୟପ ତାମିଲନାଡୁରେ ସମସ୍ତ ମାମଲାରେ ଜାମିନ ପାଇସାରିଛନ୍ତି । ଶୁଣିବାକୁ ମିଳୁଛି ଯେ ବର୍ତ୍ତମାନ ଯାଏ ମନୀଷ କଶ୍ୟପଙ୍କୁ ଯେତେବେଳ ଯାଏ ବିହାର ମାମଲାରେ ବେଲ ମିଳିନାହିଁ ସେତେବେଳେ ଯାଏ ବିହାରର ଜେଲରେ ସେ ରହିବେ । ମନୀଷଙ୍କ ଓକିଲ ଏନେଇ ସୂଚନା ଦେଇଛନ୍ତି ।
ବିହାର ଜେଲରେ ରହିବେ ମନୀଷ କଶ୍ୟପ। ପାଟନା ସିଭିଲ କୋର୍ଟ ଜାରିକଲେ ନିର୍ଦ୍ଦେଶ
/kanak/media/post_attachments/wp-content/uploads/2023/08/Collage-Maker-08-Aug-2023-04-34-PM-8978.jpg)