କନକ ବ୍ୟୁରୋ : ମନୀଷ ମୃତ୍ୟୁ ମାମଲା ହତ୍ୟା ନା ଆତ୍ମହତ୍ୟା ନେଇ ଯେଉଁ ଦ୍ୱନ୍ଦ୍ୱ ଲାଗି ରହିଥିଲା ତାଉପରୁ ପରାଦ ହଟିଛି । ସାଙ୍ଗ ହିଁ ମନୀଷଙ୍କୁ ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଭୁବନେଶ୍ୱର ଡିସିପି ।
ସୂଚନା ଅନୁଯାୟୀ, ମନୀଷ ଏବଂ ତାଙ୍କ ସାଙ୍ଗମାନେ ହୋଟେଲରେ ପାର୍ଟି କରିଥିଲେ । ସେଠାରେ ବିଲ ପେମେଣ୍ଟକୁ ନେଇ ପରସ୍ପର ମଧ୍ୟରେ ବଚସା ହୋଇଥିଲା । ପରେ ବାହାରକୁ ଆସି ସାଙ୍ଗମାନେ ମିଶି ମନୀଷଙ୍କୁ ଆକ୍ରମଣ କରିଥିଲେ, ଯେଉଁଥିରେ ମନୀଷଙ୍କ ଜୀବନ ଚାଲିଯାଇଥିଲା । ମନୀଷଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ ପାଇଁ ତାଙ୍କ ମୃତ ଶରୀରକୁ ନିକଟରେ ଥିବା ପୋଖରିରେ ଫିଙ୍ଗିଦେଇ ଚାଲିଯାଇଥିଲେ । ଏହି ଘଟଣାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀ ମଧ୍ୟ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସାଙ୍ଗମାନେ ମନୀଷଙ୍କୁ ଫୋଖରୀରେ ଫିଙ୍ଗି ଓଦା ଜୁଡୁବୁଡୁ ହୋଇ ଯାଉଥିବା ବେଳେ ଏହି ଜଣକ ତାଙ୍କୁ ଦେଖିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/6-23.jpg)