ମନୀଷ ମୃତ୍ୟୁ ମାମଲା: ପୋଲିସର ତନାଘନା, ପାତ୍ରପଡା ଘଟଣାସ୍ଥଳରେ ସିସିଟିଭି ଯାଂଚ କରୁଛି ପୋଲିସ

190
କନକ ବ୍ୟୁରୋ: ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ପୋଲିସ୍ ତନାଘନା ଚଳାଇଛି । ପାତ୍ରପଡାର ଯେଉଁ ପୋଖରୀରୁ ମନୀଷଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ତା’ ଆଖପାଖରେ ଥିବା ସମସ୍ତ ସିସିଟିଭିକୁ ପୋଲିସ ଯାଞ୍ଚ କରୁଛି ।

 

ଘଟଣା ଦିନ ପାତ୍ରପଡା ଅଂଚଳର ଏକ ପୋଖରୀରୁ ମନୀଷ ଅନୁରାଗଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେପଟେ ଘଟଣା ରାତିରେ କଣ ଘଟିଥିଲା ତାହା ଧିରେ ଧିରେ ପଦାକୁ ଆସୁଛି । ବାରରେ ବିଲକୁ ନେଇ ବିବାଦ ହୋଇଥିବା ଜଣାପଡ଼ିଛି । ବାରରେ ୩୫ ହଜାର ଟଙ୍କାର ବିଲ ହୋଇଥିଲା । ଟଙ୍କା କିଏ ଦେବ ତାକୁ ନେଇ ବିବାଦ ହୋଇଥିଲା । ମନୀଷ ଓ ସାଙ୍ଗ ମାନଙ୍କ ମଧ୍ୟର ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ଟଙ୍କା ନଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ  । ମନୀଷ ଘରୁ ଟଙ୍କା ମଗାଇ ବିଲ ଦେଇଥିବା ସୂଚନା ମିଳିଛି । ଟଙ୍କା ନଦେଇଥିବାରୁ ବାର କର୍ମଚାରୀ ମନୀଷଙ୍କ ମୋବାଇଲ ବନ୍ଧକ ର୍ଖିଥିଲେ । ଟଙ୍କା ଦେବା ପରେ ମନୀଷ ଏକା ଏକା ହୋଟେଲରୁ ବାହାରକୁ ଆସିଥିଲେ । ତାପରେ କ’ଣ ଘଟିଲା ତାହା ସ୍ପଷ୍ଟ ହୋଇନି । ସେପଟେ ମନୀଷଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଗୁରୁତ୍ୱପୁର୍ଣ୍ଣ ସୂଚନା ମିଳିଛି । ପାଣିରେ ବୁଡି ମନୀଷଙ୍କ ମୃତ୍ୟୁ ହୋଇନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ପାଣିରେ ପଡ଼ିବା ପୂର୍ବରୁ ମନୀଷଙ୍କର ମୃତ୍ୟୁ ହୋଇଛି । ଏଥିରୁ ମନୀଷଙ୍କୁ ହତ୍ୟା କରି ପାଣିରେ ଫୋପାଡ଼ା ଯାଇଥିବା ସନ୍ଦେହ କରାଯାଉଛି । ରବିବାର ଦିନ ପାତ୍ରପଡ଼ା ଏକ ପୋଖରୀରୁ ମନୀଷଙ୍କ ମୃତ ଦେହ ମିଳିଥିଲା ।