ପାଣିରେ ବୁଡି ମନୀଷଙ୍କ ମୃତ୍ୟୁ ହୋଇନି ! ହତ୍ୟା କରାଯାଇଥିବା ନେଇ ବଢିଲା ସନ୍ଦେହ

192

କନକ ବ୍ୟୁରୋ : ପାଣିରେ ବୁଡି ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇନାହିଁ । ମବନୀଷଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସୂଚନା । ପାଣିରେ ବୁଡି ମୃତ୍ୟୁ ହୋଇନତିବା ରିପୋର୍ଟରେ ଉଲ୍ଲେଖ ହୋଇଛି ।
ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ପାଣିରେ ପଡିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମନୀଷଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ବଢିଛି । ତଦନ୍ତ ଆଗଉଛି ମନୀଷ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଧିରେ ଧିରେ ଖୋଲୁଛି ମନୀଷ ଅନୁରାଗ ମୃତ୍ୟୁ ମାମଲାର ଗୁମର । ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ମାମଲାର ତଦନ୍ତ ଯେତେ ଆଗଉଛି, ଗୁମର ସେତେ ଖୋଲିବାରେ ଲାଗିଛି । ଏବେ ସାମ୍ନାକୁ ଆସିଛି ସେହି କାଳ ରାତିର ସତ । ବାରରେ ବିଲକୁ ନେଇ ବିବାଦ ହୋଇଥିବା ଜଣାପଡ଼ିଛି । ବାରରେ ୩୫ ହଜାର ଟଙ୍କାର ବିଲ ହୋଇଥିଲା । ଟଙ୍କା କିଏ ଦେବ ତାକୁ ନେଇ ବିବାଦ ହୋଇଥିଲା । ମନୀଷ ଓ ସାଙ୍ଗ ମାନଙ୍କ ମଧ୍ୟର ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ଟଙ୍କା ନଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ । ମନୀଷ ଘରୁ ଟଙ୍କା ମଗାଇ ବିଲ ଦେଇଥିବା ସୂଚନା ମିଳିଛି । ମୋବାଇଲ ବନ୍ଧକ ର୍ଖିବା ମନୀଷଙ୍କୁ ବାଧିଥିଲା । ଟଙ୍କା ଦେବା ପରେ ମନୀଷ ଏକା ଏକା ହୋଟେଲରୁ ବାହାରକୁ ଆସିଥିଲେ । ତାପରେ କ’ଣ ଘଟିଲା ତାହା ସ୍ପଷ୍ଟ ହୋଇନି ।