କନକ ବ୍ୟୁରୋ : ଖୋଲୁଛି ମନୀଷ ଅନୁରାଗ ମୃତ୍ୟୁ ମାମଲାର ଗୁମର । ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ମାମଲାର ତଦନ୍ତ ଯେତେ ଆଗଉଛି, ଗୁମର ସେତେ ଖୋଲିବାରେ ଲାଗିଛି । ଏବେ ସାମ୍ନାକୁ ଆସିଛି ସେହି କାଳ ରାତିର ସତ । ବାରରେ ବିଲକୁ ନେଇ ବିବାଦ ହୋଇଥିବା ଜଣାପଡ଼ିଛି ।
ହୋଟେଲ୍ ବାରରେ ୩୫ ହଜାର ଟଙ୍କାର ବିଲ୍ ହୋଇଥିଲା । ଟଙ୍କା କିଏ ଦେବ ତାକୁ ନେଇ ବିବାଦ ହୋଇଥିଲା । ମନୀଷ ଓ ସାଙ୍ଗ ମାନଙ୍କ ମଧ୍ୟର ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ଟଙ୍କା ନଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ । ମନୀଷ ଘରୁ ଟଙ୍କା ମଗାଇ ବିଲ ଦେଇଥିବା ସୂଚନା ମିଳିଛି । ମୋବାଇଲ ବନ୍ଧକ ର୍ଖିବା ମନୀଷଙ୍କୁ ବାଧିଥିଲା । ଟଙ୍କା ଦେବା ପରେ ମନୀଷ ଏକା ଏକା ହୋଟେଲରୁ ବାହାରକୁ ଆସିଥିଲେ । ତାପରେ କ’ଣ ଘଟିଲା ତାହା ସ୍ପଷ୍ଟ ହୋଇନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/11-19.jpg)