ବହୁଚର୍ଚ୍ଚିତ ମନୀଷ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ । ଆଜି ହେବ ରିମାଣ୍ଡ ଆବେଦନର ଶୁଣାଣି

183

କନକ ବ୍ୟୁରୋ : ମନୀଷ ଦାସ ମୃତ୍ୟୁ ମାମଲାର ତିନି ଅଭିଯୁକ୍ତ ଜେଲରେ ରାତି କାଟିଛନ୍ତି । ଗିରଫ ଅଭିଯୁକ୍ତଙ୍କୁ ପୋଲିସ ହାଜର କରିବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ଜେଏମଏଫସି କୋର୍ଟ ।
ତେବେ ସେମାନଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ କରିଥିବା ଆବେଦନର ଆଜି ଶୁଣାଣି ହେବ । ମନୀଷଙ୍କ ମୃତ୍ରୁ ରହସ୍ୟ ଉପରୁ ସମ୍ପୂର୍ଣ୍ଣ ପରଦା ଉଠାଇବା ପାଇଁ ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି କମିସନରେଟ ପୁଲିସ । ସେପଟେ କୋର୍ଟରେ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଅମ୍ରିତ ସିଂ ଙ୍କ ପାଇଁ ଜାମିନ ଆବେଦନ କରିଥିଲେ ତାଙ୍କ ଓକିଲ । ଅନ୍ୟ ଦୁଇ ଅଭିଯୁକ୍ତଙ୍କ ପାଇଁ କେହି ଜାମିନ ଆବେଦନ କରିନଥିଲେ । କିନ୍ତୁ ଜେଏମଏଫସି କୋର୍ଟ ଅମ୍ରିତଙ୍କ ଜାମିନ୍ ଆବେଦନକୁ ଖାରଜ କରି ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ରିମାଣ୍ଡରେ ଆଣି ପଚରାଉଚୁରା କରିବା ପରେ ମନୀଷଙ୍କୁ କେମିିତି ଓ କେଉଁଠି ମାରିଲେ ତାହା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।