କନକ ବ୍ୟୁରୋ: ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲା ପରେ ବଦଳିଛନ୍ତି ତମାଣ୍ଡୋ ଥାନା ଆଇଆଇସି । ଥାନା ଆଇଆଇସିଙ୍କୁ ବଦଳି କରି ଏବେ ଡିସିପି ଅଫିସକୁ ଅଣାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହିତ ବେଆଇନ୍ ଭାବେ ସାଉଥ୍ ସିଟି ବାର୍ ଚାଲୁଥିଲା ଓ କୋଭିଡ୍ ନିୟମ ଉଲ୍ଲଘଂନ କରି ବାର୍ ଚାଲିଥିଲା ବୋଲି ଡିସିପି ଏହି ମାମଲାରେ ସୂଚନା ଦେଇଛନ୍ତି ।
କିଛି ଦିନ ତଳେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତଦେହ ଏକ ପୋଖରୀରୁ ଠାବ କରାଯାଇଥିଲା । ଏହାପରେ ଏହା ମୃତ୍ୟୁ ନା ହତ୍ୟା ତାକୁ ନେଇ ଛାନଭିନ୍ ଆରମ୍ଭ ହୋଇଥିଲା । ପୋଲିସ ଏହି ଘଟଣାରେ ବିଭିନ୍ନ ଦିଗରୁ ଯାଞ୍ଚ କରିବା ପରେ ମନୀଷଙ୍କ ସାଙ୍ଗକୁ ଗିରଫ କରିଥିଲା । ଏହି ମାମଲାରେ ଏବେ ମନୀଷଙ୍କ ୩ ଜଣ ସାଙ୍ଗକୁ ଗିରଫ କରାଯାଇଛି । ତେବେ ଏହାରି ଭିତରେ ଏବେ ତମାଣ୍ଡୋ ଥାନା ଆଇଆଇସିଙ୍କୁ ବଦଳି କରାଯିବା ସହିତ ତାଙ୍କୁ ଡିସିପି ଅଫିସକୁ ଅଣାଯାଇଛି । ଅନ୍ୟପଟେ ଏହି ଘଟଣାରେ ଚର୍ଚ୍ଚାକୁ ଆସିଥିବା ସାଉଥ୍ ସିଟି ବାର ବିନା ଲାଇସେନ୍ସରେ ଚାଲୁଥିଲା । କୋଭିଡ୍ ନିୟମ ଉଲ୍ଲଂଘନ କରି ବେଆଇନ୍ ଭାବେ ଏହା ଚାଲୁଥିବା ନେଇ ଡିସିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତା ସହିତ ଏହି ମାମଲାରେ କନେଷ୍ଟବଳ ପ୍ରସନ୍ନ ବେହେରା ଓ ହୋଟେଲ ମାଲିକଙ୍କୁ ପୋଲିସ ଅଟକ ରଖିଥିବା କୁହାଯାଇଛି ।
ମନୀଷ ଅନୁରାଗ ହତ୍ୟା ମାମଲା
ତମାଣ୍ଡୋ ଥାନା ଆଇଆଇସିଙ୍କୁ ଡିସିପି ଅଫିସକୁ ବଦଳି#ManishAnuragDeath#KanakNewspic.twitter.com/hjpRI7TqSz— Kanak News (@kanak_news) October 22, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/TAMANDO.jpg)