ମନୀଷ ମୃତ୍ୟୁ ମାମଲା : ୩ ଅଭିଯୁକ୍ତଙ୍କ କରାଯାଉଛି ମିଛ ଧରା ପରୀକ୍ଷା

ସେପଟେ ପ୍ରସନ୍ନଙ୍କ ସମ୍ପତି ଯାଂଚ ପାଇଁ ଭିଜିଲାନ୍ସକୁ ସୁପାରିଶ ସୂଚନା

66

କନକ ବ୍ୟୁରୋ : ମନୀଷ ହତ୍ୟାକାଣ୍ଡ ଘଟଣା । ଅଭିଯୁକ୍ତଙ୍କ କରାଯାଉଛି ଲାଏ ଡିଟେକ୍ସନ ଟେଷ୍ଟ । ମିଛ ଧରା ପରୀକ୍ଷା କରିବାକୁ ୩ ଅଭିଯୁକ୍ତ ଫରେନସିକ ଲାବରେ ଆଣି ପହଂଚାଇଥିଲା ଇନଫୋସିଟି ଥାନା ପୁଲିସ । ୩ ଅଭିଯୁକ୍ତ ହେଲେ ଅମ୍ରିତ, ମୃତ୍ୟୁଞ୍ଜୟ, ଦିନେଶ । ରିମାଣ୍ଡରେ ନେଇ ପୁଲିସ ୩ ଅଭିଯୁକ୍ତଙ୍କ ପଚରାଉଚରା କରିଥିଲେ ମଧ୍ୟ ମନୀଷଙ୍କ ହତ୍ୟା କେମିତି ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତମାନେ ମନୀଷଙ୍କୁ ଧାସ୍ତାଧସ୍ତି କରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଥିଲା ।

୩ ଦିନିଆ ରିମାଣ୍ଡରେ ଆଣି ୩ ଅଭିଯୁକ୍ତଙ୍କ ଠାରୁ ପ୍ରାମାଣିକ ତଥ୍ୟ ଯୋଗାଡ କରିବା ପାଇଁ ପୁଲିସ ଖୁବ୍ କସରତ କରିଥିଲା । ହେଲେ ଅଭିଯୁକ୍ତ କେତେବେଳେ ମନଗଢ଼ା କାହାଣୀ ଗପିଥିଲେ ଅନ୍ୟ କେତେବେଳେ ନିଶାସକ୍ତ ଥିବାରୁ ସବୁ ଭୁଲି ଯାଇଥିବା କହିଛନ୍ତି । ଯାହା ପାଇଁ କାଳ ରାତିର ସତ ଜାଣିବାରେ ପୁଲିସ ପକ୍ଷରେ ସମ୍ଭବ ହୋଇନଥିଲା । ମିଛ ଧରା ପରୀକ୍ଷା ହିଁ ଏକମାତ୍ର ବିକଳ୍ପ ହୋଇଥିବାରୁ ପୁଲିସ ଏହି ଉପାୟ ଆପଣାଇଛି । ସେପଟେ ପ୍ରସନ୍ନଙ୍କ ସମ୍ପତି ଯାଂଚ ପାଇଁ ଭିଜିଲାନ୍ସକୁ ସୁପାରିସ କରିଥିବା ସୂଚନା ରହିଛି ।