କନକ ବ୍ୟୁରୋ: ମଣିପୁରରେ ଗତ ତିନି ମାସ ଧରି ହିଂସା ଜାରିରହିଛି । ମୈତେଇ ଏବଂ କୁକି ସମୁଦାୟର ଲୋକ ପରସ୍ପର ଉପରେ ହିଂସକ ହେଉଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଷ୍ଣୁପୁରରେ ଗତ ରାତିରେ ବାପ-ପୁଅ ସମେତ ଗୋଟିଏ ପରିବାରର ତିନି ଜଣଙ୍କ ହତ୍ୟା କରାଯାଇଛି । ପୁଲିସ କହିଛି ଯେ ଜିଲ୍ଲାର କ୍ୱାକ୍ଟା ଅଞ୍ଚଳରେ ତିନି ଜଣଙ୍କୁ ଶୋଇଥିବା ଅବସ୍ଥାରେ ଗୁଳି କରି ହତ୍ୟା କରାଯାଇଥିଲା ପରେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ସମସ୍ତ ଆକ୍ରମଣକାରୀ ଚୁରାଚାନ୍ଦପୁର ଅଞ୍ଚଳର ହୋଇଥିବା ଜଣାପଡିଛି ।
ପୁଲିସ କହିଛି ଯେ, ତିନି ମୃତ କୃଷକ ଏକ ଶିବିରରେ ରହୁଥିଲେ । ତେବେ ସ୍ଥିତିରେ ସୁଧାର ଆସିବା ପରେ ସେମାନେ ଶୁକ୍ରବାର କ୍ୱାକ୍ଟା ସହରରେ ଥିବା ନିଜ ଘରକୁ ଫେରିଥିଲେ । ତେବେ ଏହା ଜଣାପଡିବା ପରେ ଆକ୍ରମଣକାରୀମାନେ ଏକାଠି ହୋଇ ଚୁରାଚନ୍ଦପୁର ଆଡକୁ ଅଗ୍ରସର ହେଲେ । ବାଟରେ ସେମାନଙ୍କୁ ସୁରକ୍ଷାକର୍ମୀ ଅଟକାଇଥିଲେ । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳିମାଡ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/manauau.jpg)