ମଣିପୁରରେ ହିଂସାକାରୀଙ୍କୁ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଚେତାବନୀ : କହିଲେ, ରଖିଥିବା ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଫେରାଅ, ନହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : ମଣିପୁରରେ ହିଂସାକାରୀଙ୍କୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଚେତାବନୀ । ରଖିଥିବା ଅସ୍ତ୍ରଶସ୍ତ୍ର, ବନ୍ଧୁକ ହସ୍ତାନ୍ତର କର, ନଚେତ୍ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଗୃହମନ୍ତ୍ରୀ । ଏଥିସହ ୬ଟି ସ୍ଥାନରେ ହୋଇଥିବା ହିଂସା ଘଟଣାର ତଦନ୍ତ ସିବିଆଇ କରିବ ବୋଲି କହିଛନ୍ତି ଶାହା । ତେବେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ଲାଗି ଏକ ଶାନ୍ତି କମିଟି ଗଠନ କରାଯିବ । ରାଜ୍ୟପାଳଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବ ଏହି କମିଟିରେ ସୁରକ୍ଷା ପରାମର୍ଶଦାତା କୁଳଦୀପ ସିଂ ଏବଂ ଜନପ୍ରତିନିଧି ରହିବା ନେଇ ଶାହା ସୂଚନା ଦେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
୪ଦିନିଆ ମଣିପୁର ଗସ୍ତରେ ଥିବା ଅମିତ ଶାହା ଆଜି ସମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସିବିଆଇ ଦଙ୍ଗା ମାମଲାର ନିରପେକ୍ଷ ତଦନ୍ତ କରିବ । ଦଙ୍ଗାର ମୂଳ କାରଣ କ’ଣ , ଏହା ପଛରେ କେଉଁମାନଙ୍କ ହାତ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ମଣିପୁର ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଦଙ୍ଗାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି । ଏହି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ଯିବ ବୋଲି ଶାହା କହିଛନ୍ତି । ବୁଧବାର କୁକୁି ସମ୍ପ୍ରଦାୟ ପକ୍ଷରୁ ଦିଲ୍ଲୀରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି କୁକି ସମ୍ପ୍ରଦାୟ । ଏପରେ ହିଂସା ପରେ ମଣିପୁର ଡିଜିପି ପରିବର୍ତନ ହୋଇଛନ୍ତି ।