କନକ ବ୍ୟୁରୋ: ମଣିପୁରରେ ଆଦିବାସୀ ଆନ୍ଦୋଳନ ବେଳେ ବୁଧବାର ହିଂସା ଦେଖିବାକୁ ମିଳିଥିଲା ଏହି ହିଂସା ବର୍ତ୍ତମାନ ୮ଟି ଜିଲ୍ଲାକୁ ବ୍ୟାପିସାରିଛି । ହିଂସା ବୃଦ୍ଧିକୁ ଦୃଷ୍ଟିରେ ରଖି ମଣିପୁର ରାଜ୍ୟପାଳ ଗୁଳିଚାଳନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିଛି ଅଞ୍ଚଳରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ । ରାଜ୍ୟ ସରକାର ମଧ୍ୟ ଏହି ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି । ଏହା ପୂର୍ବରୁ ହିଂସାଗ୍ରସ୍ତ ଅଞ୍ଚଳରେ ଧାରା ୧୪୪ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟରେ ଆଗାମୀ ପାଞ୍ଚ ଦିନ ପାଇଁ ଏହି ଅଞ୍ଚଳରେ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

Advertisment

ମଣିପୁରରେ ଆସାମ ରାଇଫଲ୍ସର ୩୪ ଏବଂ ସେନାର ୯ କମ୍ପାନୀ ପ୍ରସ୍ତୁତ ରହିଛନ୍ତି । ଏହା ଛଡା ଗୃହ ମନ୍ତ୍ରାଳୟର ରାପିଡ୍ ଆକ୍ସନ ଫୋର୍ସର ୫କମ୍ପାନୀଙ୍କୁ ମଧ୍ୟ ମଣିପୁର ପଠାଇଦିଆଯାଇଛି । ତେବେ, ଏହା ପରେ ମଧ୍ୟ ମଣିପୁରରେ ସ୍ଥିତି ଥମିବାର ନାଁ ନେଉନାହିଁ । ବର୍ତ୍ତମାନ ଯାଏ ସାଢେ ସାତ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପରିସ୍ଥିତିକୁ ନଜରରେ ରଖି- ଇମ୍ଫାଲ ୱେଷ୍ଟ, କାକାଚିଙ୍ଗ, ଥୌବାଲ, ଜିରିବାମ, ବିଷ୍ଣୁପୁର, ଧୁରାଚାନ୍ଦପୁର, କାଙ୍ଗପୋକପି, ଏବଂ ତୈଙ୍ଗନୌପାଲରେ କର୍ଫ୍ୟୁ ଜାରିକରାଯାଇଛି । ସେହିଭଳି ସାରା ରାଜ୍ୟରେ ଆଗାମୀ ପାଞ୍ଚ ଦିନ ପାଇଁ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । କେବଳ ବ୍ରଡବ୍ୟାଣ୍ଡ ସେବା ଜାରିରହିଛି ।