ମଣିପୁର ହିଂସା ପୀଡିତଙ୍କ ପାଇଁ ସହାୟତା ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ । ଜାଣନ୍ତୁ ମୃତକ ଓ ଆହତଙ୍କ ପାଇଁ କ’ଣ ରହିଛି ସହାୟତା ରାଶି

101

କନକ ବ୍ୟୁରୋ : ମଣିପୁରରେ ଜାତିଗତ ହିଂସାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ମଣିପୁର ଗସ୍ତ କରିଛନ୍ତି । ସେ ମଙ୍ଗଳବାର ଦିନ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂଙ୍କ ସହ ବୈଠକ କରିଥିଲେ ।

ମଣିପୁର ହିଂସାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ସହ ସେମାନଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯିବ । ସେହିଭଳି ହିଂସା ଯୋଗୁଁ ଅତ୍ୟାବଶକୀୟ ସାମଗ୍ରୀର ଦାମ ଯେଭଳି ଭାବେ ବୃଦ୍ଧି ପାଉଛି ତା ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ପେଟ୍ରୋଲ, ଏଲପିଜି, ଚାଉଳ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

ଗୃହମନ୍ତ୍ରୀ ଅମିତ୍ ଶାହା ସୋମବାର ରାତିରେ ବିମାନ ଯୋଗେ ମଣିପୁର ରାଜଧାନୀ ଇମ୍ଫାଲରେ ପହଂଚିଥିଲେ । ତାଙ୍କ ସହ ଗୃହ ସଚିବ ଅଜୟ କୁମାର ଭଲ୍ଲା, ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ତପନ କୁମାର ଡେକା ସାମିଲ ଥିଲେ । ଏହାସହ ଆଜି ଗୃହମନ୍ତ୍ରୀ ମୈତେଇ ଓ କୁକି ସମୁଦାୟ ସହିତ ଜଡିତ ରାଜନୈତିକ ଓ ନାଗରିକ ସଂସ୍ଥାର ନେତାଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକ ଚୁରାଚାନ୍ଦପୁର ଅଞ୍ଚଳ ଗସ୍ତ ବେଳେ ହୋଇଥିଲା ।