କନକ ବ୍ୟୁରୋ: ମଣିପୁରରେ ଦୁଇ ମହିଳାଙ୍କୁ ବିବସ୍ତ୍ର ବୁଲାଇବା ମାମଲାରେ ଦୁଇ ମାସ ପୁରୁଣା ଭିଡିଓ ଭାଇରାଲ ହୋଇଥିଲା । ଏହାର ଗୋଟିଏ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଗୁରୁବାର ଗିରଫ କରାଯାଇଛି । ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତର ଚିହ୍ନଟ ହେରଦାସ ନାଁର କରାଯାଇଥିଲା । ଯାହାକୁ ଥୌବଲ ଜିଲ୍ଲାରୁ ଗିରଫ କରାଯାଇଛି ।
ଭିଡିଓରେ ଦେଖିବାକୁ ମିଳିଥିଲା ଜଣେ ଟିସାର୍ଟ ପିନ୍ଧି ମହିଳାଙ୍କୁ ଜୋରରେ ଧରି ଟାଣିନେଉଥିଲା । ପୁଲିସ ଏହା ମଧ୍ୟ କହିଛି ଯେ, ଯାଞ୍ଚ ପ୍ରକ୍ରିୟାକୁ ଆଗକୁ ବଢାଯାଇଛି । ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ମଣିପୁରରେ ସ୍ଥିତି ଗମ୍ଭୀର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/manaiaia.jpg)