କନକ ବ୍ୟୁରୋ : ମଣିପୁର ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତେବେ ମଣିପୁର ହିଂସା କାଣ୍ଡକୁ ନେଇ ଏକ ପ୍ରେସ କନଫରେନ୍ସ କରି ଶାହା କହିଛନ୍ତି, ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି । କେଉଁ ପରିସ୍ଥିତିରେ ହିଂସାକାଣ୍ଡ ଘଟିଲା ତା’ର ଯାଞ୍ଚ ପାଇଁ ନ୍ୟାୟିକ ଆୟୋଗ ଗଠନ କରାଯାଇଛି ।

Advertisment

ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ଲୋକଙ୍କୁ ଆଶ୍ୱସ୍ତ କରିବା ସହ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା ରାଶୀ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶୀ ପ୍ରଦାନ କରାଯିବା ନେଇ ପ୍ରେସ୍ କନଫରେନ୍ସରେ ଘୋଷଣା କରିଛନ୍ତି ଶାହା । ଏହା ସହିତ ଯେଉଁମାନେ ହିଂସାକାଣ୍ଡରେ ଆହତ ହୋଇଛନ୍ତି ବା ଯେଉଁମାନଙ୍କ ସମ୍ପତ୍ତି କ୍ଷୟକ୍ଷତି ହୋଇଛି ସେମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ ।

ଏହା ସହିତ ଶାହା କହିଛନ୍ତି, ହିଂସାକାଣ୍ଡ ଘଟଣାର ଯାଞ୍ଚ ପାଇଁ ମଣିପୁରର ଅନେକ ଏଜେନ୍ସି କାମ କରୁଛନ୍ତି । ଏହି ଘଟଣା ଉପରେ ସିବିଆଇ ଯାଞ୍ଚ କରାଯିବ । ଆଉ ଘଟଣାର ତଦନ୍ତ କିପରି ନିରପେକ୍ଷ ଭାବେ ହେବ ସେଦିଗରେ ସରକାର ସମ୍ପୁର୍ଣ୍ଣ ଗୁରୁତ୍ୱ ଦେବେ ।