କନକ ବ୍ୟୁରୋ : ଥମୁନି ମଣିପୁର ହିଂସା । ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ବିରେନ ସିଂ । ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଆଜି ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେବେ । ଦୁଇ ଜାତି ମଧ୍ୟରେ ହୋଇଥିବା ବିବାଦରୁ ଆରମ୍ଭ ହୋଇଥିବା ହିଂସା ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଭଳି ମନେ ହେଉଛି । ହିଂସାରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଛି ।

Advertisment

ହିଂସାରେ ପ୍ରତିଦିନ କେହିନା କେହି ମରୁଥିବା ବେଳେ ସ୍ଥତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବିପୁଳ ସଂଖ୍ୟାରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଥିଲେ ବି ହିଂସା ରୋକାଯାଇପାରୁନାହି । ଗୁରୁବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟପାଳ ଅନୁସୁୟା ଭେଟି ବିରେନ ସିଂ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି । ସୁଚନା ମୁତାବକ ବିରେନ ସିଂ ଦୁଇଟି ସର୍ତ ରଖିଛନ୍ତି । ହିଂସା ନିୟନ୍ତ୍ରଣ ପାଇଁ କେନ୍ଦ୍ର ସମସ୍ତ ଦାୟୀତ୍ୱ ନେଉ ନଚେତ୍ ସେ ଇସ୍ତଫା ଦେବେ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦେବା ଖବର ପ୍ରଘଟ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମର୍ଥକଙ୍କ ଭିଡ ବଢୁଛି । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସର ମହାସଚିବ କେ.ସି ଭେଣୁଗୋପାଳ ଏବେ ମଣିପୁର ଗସ୍ତରେ ଅଛନ୍ତି । ଆଜି ସେମାନେ ମୁଖ୍ୟମନ୍ତ୍ରୀ ଭେଟି ହିଂସା ନିୟନ୍ତ୍ରଣ ଉପରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ବିରେନ ସିଂ ଯଦି ଇସ୍ତଫା ଦିଅନ୍ତି, ତେବେ ବିଜେପି କାହାକୁ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।