କନକ ବ୍ୟୁରୋ : ମଣିପୁର ରାଜଧାନୀ ଇମ୍ଫାଲରେ ପୁଣି ହିଂସା ଦେଖିବାକୁ ମିଳିଛି । ସମାଚାର ଏଜେନ୍ସି ଏଏନଆଇ ମୁତାବକ ସୋମବାର ଦିନ କିଛି ସ୍ଥାନରେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଏସବୁକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଇମ୍ଫାଲରେ କଫ୍ୟୁ ଲଗାଯାଇଛି । ରାଜଧାନୀ ଇମ୍ଫାଲର ଚେକାନ ଅଞ୍ଚଳରେ ଏକ ଜମିକୁ ନେଇ ମୈତଇ ଓ କୁକି ସଂପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉପଦ୍ରବୀମାନେ କିଛି ଖାଲିଥିବା ଘରେ ନିଆଁ ଲଗାଇ ଦେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସେନା ଓ ଅର୍ଦ୍ଧସାମରିକ ବାହିନୀକୁ ନିୟୋଜିତ କରାଯାଇଛି ।
ସୂଚନା ଥାଉକି ମଣିପୁରରେ ମୈତଇ ସଂରକ୍ଷଣ ନେଇ ଅନେକ ଦିନ ହେବ ହିଂସାର ମାହୋଲ ରହିଛି । କିଛିଦିନ ଶାନ୍ତି ପରେ ପୁଣି ସ୍ଥାନେ ସ୍ଥାନେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ପ୍ରଥମ ହିଂସାରେ ମେ’୧୫ ତାରିଖ ପର୍ଯ୍ୟନ୍ତ ୭୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଦଙ୍ଗାକାରୀମାନେ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଅନେକ ଧନ ଜୀବନ ନଷ୍ଟ କରିଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/20230508028L.jpg)