କନକ ବ୍ୟୁରୋ: ରାଜ୍ୟରେ ଉଗ୍ର ହିଂସାର ସ୍ଥାୟୀ ସମାଧାନ ପାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଲେ ଜୋମି- କୁକି ସଙ୍ଗଠନ । ରାଜ୍ୟରେ ୩୫୬ ଧାରା ଲାଗୁ କରି ରାଷ୍ଟ୍ରପତି ଶାସନ ଜାରି କରିବା ସହ ହିଂସାର ମୂଳ କାରଣ ଖୋଜିବାକୁ ଏନଆଇଏ ଯାଞ୍ଚ କରାଇବାକୁ ଅପିଲ କରିଛି ସଙ୍ଗଠନ ।
ମେ ୩ ତାରିଖରୁ ମଣିପୁରରେ ଲାଗି ରହିଛି ହିଂସା । ଏହା ମଧ୍ୟରେ ଏଥିରୁ ନିସ୍ତାର ପାଇବାକୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଅପିଲ କରିଛି ଜୋମି- କୁକି ସଙ୍ଗଠନ ।ଏହାସହ ପାହାଡି ଇଲାକାରେ ପୁଣି ଥରେ AFSPA ଲାଗୁ କରାଯାଉ, ଫଳରେ ପୁରା ରାଜ୍ୟରେ ସେନାର ନିୟନ୍ତ୍ରଣ ରହିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଜୋମି – କୁକି ସଙ୍ଗଠନର ଅପିଲକୁ ନଶୁଣିବାକୁ କହିଛି ମୈତେଇ ସମ୍ପ୍ରଦାୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/07/Capture-62.jpg)