ମଣିପୁର ହିଂସାରେ ଖଲିସ୍ତାନୀ କନେକ୍ସନ ! ଉଗ୍ରବାଦୀଙ୍କୁ କାନାଡାର ଖଲିସ୍ତାନୀଠୁ ମିଳୁଛି କୋଟି କୋଟି ଟଙ୍କା ପାଣ୍ଠି

168

କନକ ବ୍ୟୁରୋ : କିଛି ମାସ ପୂର୍ବରୁ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ଯେ ମଣିପୁର ରାଜ୍ୟକୁ ଜଳିପୋଡି ପାଉଁଶ କରିଦେବ ସେକଥା ହୁଏତ କେହି ଭାବିନଥିବେ । ଛାତ୍ରଛାତ୍ରୀଙ୍କ ଅପହରଣ ଓ ହତ୍ୟା ପୁଣିଥରେ ରାଜ୍ୟକୁ ହୁଲୁସ୍ତୁଲୁ କରୁଛି । ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ମଧ୍ୟ ଆୟତକୁ ଆସୁନି ସ୍ଥିତି । ସେପଟେ କେଉଁଠି ବନ୍ଦ ପାଳନ ତ ପୁଣି କେଉଠି ମୁଖ୍ୟମନ୍ତ୍ରୀ ଘର ଉପରକୁ ଆକ୍ରମଣ । ସୋମବାର କୁକି ସମ୍ପ୍ରଦାୟ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛି ।

କାନାଡାକୁ ଅଥୟ କରୁଥିବା ଖଲିସ୍ତାନୀ ମଣିପୁର ହିଂସା ପଛରେ ରହିଥିବା ଆଶଙ୍କା ଏବେ ଚିନ୍ତାକୁ ଦ୍ୱିଗୁଣ କରିଛି । କୁକି ସମ୍ପ୍ରଦାୟର ଜଣେ ନେତା ଶିଖ ଫର ଜଷ୍ଟିସର ମୁଖ୍ୟ ଗୁରୁପତୱନ୍ତ ପନ୍ନୁ ସହ ଗୁପ୍ତ ବୈଠକ କରିଥିବା ଗୁଇନ୍ଦା ସୂଚନା ମିଳୁଛି ।

ମଣିପୁରକୁ ପାଣ୍ଠି ପଠାଉଛି ଖଲିସ୍ତାନୀ!
-ମଣିପୁରକୁ କୋଟି କୋଟି ଟଙ୍କାର ପାଣ୍ଠି ପଠାଉଛନ୍ତି ଖଲିସ୍ତାନୀ ନେତା
-କାନାଡ଼ାରେ ଆୟୋଜିତ ଏକ ସଭାରେ ଖଲିସ୍ତାନୀ ନେତାଙ୍କ ସହ କୁକି ସମ୍ପ୍ରଦାୟର ନେତା ଲିନ୍ ଗଙ୍ଗତେ ଦେଖାଯିବା ପରେ ସହେନ୍ଦ ହୋଇଛି
-ନର୍ଥ ଆମେରିକାନ ମଣିପୁର ଟ୍ରାଇବାଲ ଆସୋସିଏସନ ଅର୍ଥାତ ନାମଟାର ମୁଖ୍ୟ ଲିନ୍ ଗଙ୍ଗତେ
-ଭିଡିଓରେ ସେ ଭାରତ ଓ ଭାରତ ବିରୋଧୀ ବୟାନ ଦେଉଥିବା ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି

ଅନ୍ୟପଟେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂ ମଧ୍ୟ କହିଛନ୍ତି ମଣିପୁର ହିଂସା ପଛରେ ବିଦେଶୀ ଉଗ୍ରବାଦୀଙ୍କ ହାତ ରହିଛି

ଏନଆଇଏ ତଦନ୍ତରୁ ମିଳିଛି ଆଉ ଏକ ଚାଂଚଲ୍ୟକର ତଥ୍ୟ । ଉପଦ୍ରବୀଙ୍କୁ ବାଙ୍ଗଲାଦେଶ ଓ ମ୍ୟାଁମାର ଆତଙ୍କବାଦୀମାନେ ପ୍ରୋତ୍ସାହନ ଦେଉଛନ୍ତି । ବିଭିନ୍ନ ଧରଣର ଅସ୍ତ୍ରଶସ୍ତ୍ର ଯୋଗାଯାଉଛି । ମଣିପୁରର କିଛି ବିଚ୍ଛିନତାବାଦୀ ନେତା ଆତଙ୍କୀ ସଂଗଠନକୁ ସମର୍ଥନ କରିବା ସହ ସାହାଯ୍ୟ ନେଉଛନ୍ତି । ଏବେ ପ୍ରଶ୍ନ ଉଠୁଛି ମଣିପୁର ପରି ଶାନ୍ତିପ୍ରିୟ ରାଜ୍ୟରେ ଦୀର୍ଘଦିନ ହେବ ଉତେଜନା ଚାଲିଛି । ସବୁ କିଛି ଚାଲିଛି ସରକାରଙ୍କ ସାମ୍ନାରେ ତଥାପି ନୀରବ ରହିଛନ୍ତି ରାଜ୍ୟସରକାର, ଚୁପ ବସିଛି କେନ୍ଦ୍ର । ଆର୍ତଚିକ୍ରାର କରୁଛି ମଣିପୁର କିନ୍ତୁ ଦୁଃଖ, କୋହ ଯନ୍ତ୍ରଣା ଯେ କେବେ ଶେଷ ହେବ ସେକଥା ଏବେ ବି ଅସ୍ପଷ୍ଟ ଓ ଅନିଶ୍ଚିତା ଭିତରେ ରହିବା ଆଗାମୀ ଦିନରେ ଦେଶକୁ ବିପଦରେ ପକାଇବନି ତ?