ସଂସଦର ଦୁଇ ଗୃହରେ ମଣିପୁର ତାତି। ହୋହଲ୍ଲା ଯୋଗୁଁ ଲୋକସଭା, ରାଜ୍ୟସଭା ମୁଲତବୀ

124

କନକ ବ୍ୟୁରୋ: ଆଜି ବି ସଂସଦରେ ଉଠିଲା ମଣିପୁର ପ୍ରସଙ୍ଗ । ବିରୋଧୀଙ୍କ ହୋହଲ୍ଲା ଭିତରେ ୧୨ଟା ପର୍ଯ୍ୟନ୍ତ ଲୋକସଭା ଗୃହକାର୍ଯ୍ୟ ସ୍ଥଗିତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଲେ, କିଛି ସଦସ୍ୟ ଗୃହକୁ ଚଲାଇଦେବାକୁ ଚାହୁଁନାହାନ୍ତି । ସେପଟେ ରାଜ୍ୟସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି । ମଣିପୁର ହିଂସାରେ ଯେଉଁ ଲଜ୍ଜାଜନକ ଖବର ସାରା ଦେଶକୁ ଦୋହଲାଇ ଦେଇଛି, ତାର ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଗଣଦୁଷ୍କର୍ମ ପରେ ବିବସ୍ତ୍ର କରି ବୁଲାଇଯାଇଥିବା ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ଥିଲେ ସେନ÷କଙ୍କ ପତ୍ନୀ । ଯେଉଁ ସୈନିକ ୧୯୯୯ କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଲଢି ଜୀବନ ଦେଇଥିଲେ ।
ଏହି ଘଟଣାର ୬୩ ଦିନ ପରେ ଗୁରୁବାର ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ମେ ୪ ତାରିଖ ଘଟିଥିବା ଏହି ଘଟଣାରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତମାନେ ୨ ପରିବାରର ୫ ଜଣଙ୍କୁ ପୁଲିସ ସୁରକ୍ଷା ବଳୟ ଭିତରୁ ଉଠାଇ ନେଇଥିଲେ । ସେମାନଙ୍କ ମଧ୍ୟରେ ଦୁଇ ପୀଡିତା ଥିଲେ । ରାଜ୍ୟରେ କୁକି ଓ ମୈତେୟୀ ସମ୍ପ୍ରଦାୟ ମଧ୍ୟରେ ଭୀଷଣ ଦଙ୍ଗା ହୋଇଥିଲା । ସେପଟେ ଅଭିଯୁକ୍ତଙ୍କ ଘର ପୋଡ଼ିଦେଇଛନ୍ତି ଉପଦ୍ରବକାରୀ ।