ମଣିପୁରରେ ୨ ଛାତ୍ରଛାତ୍ରୀଙ୍କୁ ହତ୍ୟା ଘଟଣା : ୪ଜଣଙ୍କୁ ଗିରଫ କଲା ପୋଲିସ

84

କନକ ବ୍ୟୁରୋ : ମଣିପୁରରେ ୨ ଛାତ୍ରଛାତ୍ରୀଙ୍କୁ ହତ୍ୟା ଘଟଣା, ଗିରଫ ହେଲେ ୪ଅଭିଯୁକ୍ତ । ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମୁଖ୍ୟମନ୍ତ୍ରୀ ଏନ. ବୀରେନ୍ ସିଂ । ଦୁଇ ଛାତ୍ରଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା, ସେପ୍ଟେମ୍ବର ୨୫ରେ ଏହାର ଭିଡିଓ ଭାଇରାଲ ପରେ ଚାରିଆଡୁ ବିରୋଧର  ରାଜ୍ୟ ସରକାର ସମ୍ମୁଖୀନ ହୋଇଥିଲେ ।

ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ନିର୍ଦ୍ଦେଶରେ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ମଣିପୁର ଯାଇ ଘଟଣାର ତଦନ୍ତ କରିଥିଲେ । ଶେଷରେ ୪ଜଣ ଅଭିଯୁକ୍ତଙ୍କୁ ମଣିପୁରର ଚୁରାଚାନ୍ଦପୁରରୁ ଗିରଫ କରାଯାଇଛି ।