ମଣିପୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । କମାଣ୍ଡିଙ୍ଗ ଅଫିସରଙ୍କ ସହ ୭ ସହିଦ୍

751

କନକ ବ୍ୟୁରୋ: ମଣିପୁୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ  ।ଚୁରାଚାନ୍ଦପୁର ଜିଲ୍ଲାରେ ଥିବା ଆସାମା ରାଇଫଲ୍ସ କଲୋନୀରେ ଆମ୍ବୁସ୍ ି ଆକ୍ରମଣ କରିବାରୁ କମାଣ୍ଡିଙ୍ଗ ଅଫିସରଙ୍କ ସହ ୭ ସହିଦ୍ ହୋଇଛନ୍ତି । ଆସାମ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସର ବିପ୍ଳବ ତ୍ରିପାଠୀଙ୍କ ତାଙ୍କ ପୁଅ ଓ ପତ୍ନୀ ସହ ଘର ପାଖରେ ବୁଲୁଥିବାବେଳେ ହଠାତ୍ ଆତଙ୍କବାଦୀମାନେ  ଆକ୍ରମଣ କରିବାରୁ ଘଟଣାସ୍ଥଳରେ କର୍ଣ୍ଣେଲ ଙ୍କ ସହ ତାଙ୍କ ପୁଅ ଓ ସ୍ତ୍ରୀ ପ୍ରାଣ ହରାଇଛନ୍ତି । ସେଠାରେ ମୁତୟନ ଥିବା ୪ ସୁରକ୍ଷାକର୍ମୀଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ନେଉଥିବାବେଳେ ସହିଦ୍ ହୋଇଛନ୍ତି ।

ଏହି ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ  ନଙ୍ଗଥୋମବାମ୍ ବିରେନ୍ ସିଂ । ଆତଙ୍କବାଦୀଙ୍କ ଏହି ଆକ୍ରମଣର କଡା ଜବାବ ଦିଆଯିବ ବୋଲି ସେ କହିଛନ୍ତି । ଏଥିପାଇଁ ରାଜ୍ୟ ସୁରକ୍ଷା ବଳ ସହ ପାରା ମିଲିଟାରୀ ଫୋର୍ସ ସର୍ଚ୍ଚିଙ୍ଗ ଅପରେସନକୁ ଜୋରଦାର କରାଯାଇଛି ।