କନକ ବ୍ୟୁରୋ : ମଣିପୁର ହିଂସା ଥମିବାର ନାଁ ନେଉନାହିଁ । ଦିନକୁ ଦିନ ଆହୁରି ତୀବ୍ର ହେବାରେ ଲାଗିଛି ହିଂସାକାଣ୍ଡ । ମିଳିଥିବା ସୂଚନା ଅନୁସାରେ, ଏବେ ବି ଦୁଇଟି ସ୍ଥାନରେ ଗୁଳିମାଡ ଜାରୀ ରହିଛି । ପୂର୍ବ ମଣୀପୁରରେ ଥଂଗଜିଙ୍ଗ୍ ନାମକ ସ୍ଥାନରେ ଗତକାଲି ରାତି ପ୍ରାୟ ୧୧ଟା ୪୫ରେ ୧୫ରୁ ୨୦ ରାଉଣ୍ଡ ଗୁଳିମାଡ ହୋଇଛି । ସେହିପରି ଗେଲଜୌଙ୍ଗ୍ ଏବଂ ସିଂଗଡାରେ ବି ଗୁଳିମାଡ ଘଟଣା ସାମ୍ନାକୁ ଆସିଛି । ମଣିପୁରରେ ହିଂସାକାଣ୍ଡ ବଢୁଥିବା ବେଳେ ମଣିପୁରରେ ବିଜେପିର ୯ ବିଧାୟକ ନିଜ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଛନ୍ତି ।

Advertisment

ପ୍ରଧାମମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯିବାର ଗୋଟିଏ ଦିନ ପୂର୍ବରୁ ମଣିପୁରର ୯ଜଣ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ପତ୍ରରେ କହିଛନ୍ତି, ମଣିପୁର ସରକାର ଏବଂ ପ୍ରଶାସନ ଉପରେ ଲୋକଙ୍କର ଆଉ ଭରୋଷା ନାହିଁ । ଏହି ରାଜ୍ୟ ସରକାରଙ୍କ ଉପରେ ଜନତାଙ୍କ ବିଶ୍ୱାସ ଉଠିଗଲାଣି । ତେଣୁ ଏହାକୁ ଗୁରୁତ୍ୱର ସହ ନେଇ ସମସ୍ୟାର ସାଧାନ କରିବା ସହ ଲୋକଙ୍କ ବିଶ୍ୱାସକୁ ବଜାୟୀ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ବିଜେପି ବିଧାୟକ ଚିଠି ଲେଖିଛନ୍ତି ।