ପୁଅର ଜନ୍ମଦିନରେ ଘରକୁ ଯିବାକୁ ପରିବାରକୁ ଦେଇଥିଲେ ପ୍ରତିଶ୍ରୁତି,ଆତଙ୍କୀ ଆକ୍ରମଣରେ ହୋଇଗଲେ ସହିଦ

187

କନକ ବ୍ୟୁରୋ : ଆତଙ୍କବାଦୀଙ୍କର ନା ଧର୍ମ ଅଛି ନା ପରିବାର, ମାନବ ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବା ଓ ରକ୍ତରେ ହୋଲି ଖେଳିବା ହେଉଛି ତାଙ୍କର ଧର୍ମ । ହେଲେ ସେମାନଙ୍କର ଏଭଳି ଅମାନବୀୟ କାଣ୍ଡ ଫଳରେ କେତେ ଯେ ପରିବାର ନିରାଶ୍ରୟ ହୋଇଯାଆନ୍ତି, କେତେ ବାପା ମା ନିଜ ସନ୍ତାନଙ୍କୁ ହରାନ୍ତି , କେତେ ସଧବା ନାରୀର ମଥାରୁ ଲିଭିଯାଏ ସିନ୍ଦୁର ଆଉ କେତେ ଯେ ଶିଶୁ ହୋଇଯାଆନ୍ତି ଅନାଥ ଏକଥା ସେମାନଙ୍କ ହୃଦୟକୁ ଦୋହଲାଇ ପାରେନି ।

ଶନିବାର ଦିନ ମଣିପୁରରେ ଆସାମ ରାଇଫଲର ଗାଡି ଉପରେ ହୋଇଥିବା ଆକ୍ରମଣରେ ଜଣେ କର୍ଣ୍ଣେନ ର୍ୟାଙ୍କର ଅଫିସରଙ୍କର ସହ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ସୁମନ ସ୍ୱରାଗିରି ବି ସାମିଲ ଅଛନ୍ତି । ସେ ସହିଦ ହୋଇଥିବା ଖବର ପାଇବା ପରେ ତାଙ୍କ ପରିବାର ଭିତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରିବାରର କହିବା ମୁତାବକ ସେ ଡିସେମ୍ବର ମାସରେ ଘରକୁ ଯିବାର ଥିଲା । ଏହିମାସ ସୁମନଙ୍କ ପୁଅର ତୃତୀୟ ଜନ୍ମଦିନ ଥିବାରୁ ସେ ଘରକୁ ଯାଇ ପୁଅର ଜନ୍ମଦିନରେ ସାମିଲ ହେବାକୁ ପରିବାରକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାଙ୍କର ସବୁଆଶା ଧୂଳିସାତ କରିଦେଲେ ଆତଙ୍କବାଦୀ । ପରିବାର ଲୋକ କହିଛନ୍ତି କି ଆତଙ୍କୀ ଆକ୍ରମଣର ୧ ଘଂଟା ପୂର୍ବରୁ ସୁମନ ତାଙ୍କ ପତ୍ନୀଙ୍କ ସହ ଫୋନରେ କଥା ହୋଇଥିଲେ ।

କହିରଖୁ କି ସହିଦ ସୁମନଙ୍କ ପରିବାର ଆସାମ ବକ୍ସା ଜିଲ୍ଲାର ଥେକେରାକୁଚିରେ ରହୁଛନ୍ତି । ରବିବାର ଦିନ ସୁମନଙ୍କ ପରିବାର ଲୋକ ସୂଚନା ପାଇଥିଲେ କି ଆତଙ୍କୀ ଆକ୍ରମଣରେ ସୁମନ ସହିଦ ହୋଇଛନ୍ତି । ତାଙ୍କ ପତ୍ନୀ କହିଛନ୍ତି କି ସୁମନ ଜୁଲାଇ ୮ ତାରିଖରେ ଶେଷଥର ପାଇଁ ଘରକୁ ଆସିଥିଲେ ଓ ୧୫ ତାରିଖରେ ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ । ମୃତ୍ୟୁର ୧ ଘଂଟା ପୂର୍ବରୁ ସେ ପତ୍ନୀଙ୍କ ସହ କଥା ହୋଇଥିଲେ ଓ ଡିସେମ୍ବର ମାସରେ ପୁଅର ଜନ୍ମଦିନରେ ଯୋଗଦେବାକୁ ସେ ପତ୍ନୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ସୁମନଙ୍କ ପତ୍ନୀ ଜୁରୀଙ୍କୁ କହିବା ମୁତାବକ ସଂନ୍ଧ୍ୟା ପର୍ଯ୍ୟନ୍ତ ସୁମନ ତାଙ୍କୁ ଫୋନ କରିନଥଲେ । ଏହାକୁ ନେଇ ସେ ଚିନ୍ତାରେ ଥିବା ବେଳେ ଆସାମ ରାଇଫଲରୁ ତାଙ୍କ ନିକଟକୁ ଫୋନ ଆସିଥିଲା । କୁହାଯାଇଥିଲା କି ସୁମନ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

କହିରଖୁ କି ସୁମନ ୨୦୧୧ ରେ ସେନାରେ ଭର୍ତ୍ତି ହୋଇଥିଲେ । ଏହା ପୂର୍ବରୁ ୨୦୦୭ ରେ ଉଗ୍ରବାଦୀମାନେ ସୁମନଙ୍କ ପିତାଙ୍କୁ ଘରେ ପଶି ଗୁଳିକରି ହତ୍ୟା କରିଥିଲେ । ସୁମନଙ୍କ ପିତା ସ୍ଥାନୀୟ “ପିସ” ପାର୍ଟିର ସଦସ୍ୟ ଥିଲେ ।