କନକ ବ୍ୟୁରୋ : ମଣିପୁରରେ ସେନା ଉପରେ ଉଗ୍ରବାଦୀ ଆକ୍ରମଣ ଘଟଣା ପାଇଁ ନିଜକୁ ଦାୟୀ କଲା ଏମ୍ଏନ୍ପିଏଫ୍ ବା ମଣିପୁର ନାଗା ପିପୁଲ୍ସ ଫ୍ରଂଟ । ଗତକାଲି ହୋଇଥିବା ଆକ୍ରମଣରେ କମାଣ୍ଡିଂ ଅଫିସରଙ୍କ ସମେତ ୭ ଜଣ ପ୍ରାଣ ହରାଇଛନ୍ତି । ଆସାମ ରାଇଫଲସର କମାଣ୍ଡିଙ୍ଗ ଅଫିସର, ତାଙ୍କ ପତ୍ନୀ ଓ ୮ ବର୍ଷ ପୁଅର ଜୀବନ ଯାଇଛି ।
ଏମଏନପିଏଫ୍ କହିଛି, ଗାଡିରେ କମାଣ୍ଡିଙ୍ଗ ଅଫିସରଙ୍କ ପତ୍ନୀ ଓ ପୁଅ ଥିଲେ ବୋଲି ତାଙ୍କୁ ଜଣାନଥିଲା । ସମ୍ବେଦନଶୀଳ ଅଂଚଳରେ ପରିବାର ସହ ନଯିବା ପାଇଁ ଏମଏନପିଏଫ୍ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠିରେ କୁହାଯାଇଛି । ଏଭଳି ହମଲା ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ ଉଗ୍ରବାଦୀ । ୪୬ ଆସାମ ରାଇପଲସ୍ର ଏକ ଟ୍ରୁପ ଉପରେ କରିଥିଲେ ଆଇଇଡି ଆଟାକ । ଏହାସହ ଆଖିବୁଜା ଗୁଳି ବର୍ଷଣ ବି କରିଥିଲେ । ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ସିଂଘାଟ୍ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ୪୬ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସରଙ୍କ ଟିମ୍ ଉପରେ ଉଗ୍ରବାଦୀମାନେ ହଠାତ୍ ଆକ୍ରମଣ କରିଥିଲେ । ପ୍ରଥମେ ଆଇଇଡି ଓ ପରେ ଏକେ ୪୭ ଦ୍ୱାରା ଆଖିବୁଜା ଗୁଳିଚାଳନା କରିଥିଲେ । ଘଟଣାରେ ୪ ଅନ୍ୟଜଣ ଯବାନ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।