କନକ ବ୍ୟୁରୋ : ମଣିପୁର ସ୍ଥିତି ଗମ୍ଭୀର । ବିରୋଧୀ ସାଂସଦ ଦୁଇ ଦିନିଆ ଗସ୍ତ ସାରି ଫେରିବା ପରେ ଏଭଳି କହିଛନ୍ତି । ଆଜି ଏ ପ୍ରସଙ୍ଗରେ ବିରୋଧୀ ଇଣ୍ଡିଆ ମେଣ୍ଟର ସାଂସଦ ଏକ ବୈଠକ କରି ଆଲୋଚନା କରିଛନ୍ତି । ଶନିବାର ଓ ରବିବାର ଦୁଇ ଦିନ ମଣିପୁର ଗସ୍ତ କରିଥିଲେ ବିରୋଧୀ ଦଳର ୨୧ ସାଂସଦ । ପୋଲିସ ବ୍ୟବସ୍ଥାକୁ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଦାୟୀ କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶିଡି ପଡିଛି । ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବା ପରେ ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବିରୋଧୀ ଦଳର ସାଂସଦ ।

Advertisment

ସେହିପରି ବିସ୍ଥାପିତଙ୍କ ପାଇଁ ଯେଉଁ ରିଲିଫ କ୍ୟାମ୍ପ ତିଆରି ହୋଇଛି ସେଥିରେ ଆବଶ୍ୟକ ବ୍ୟବସ୍ଥା ନାହିଁ ବୋଲି ରାଜ୍ୟସଭା ସାଂସଦ ଫୁଲୋଦେବୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ପ୍ରସଙ୍ଗରେ ସଂସଦରେ ଉତର ରଖିବା ଆବଶ୍ୟକ ବୋଲି ବିରୋଧୀ ଦାବି କରିିଛନ୍ତି । ଏମିତିକି ବିଜେପିର ଟିମ୍ ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିବା ଆବଶ୍ୟକ ବୋଲି ଅଧୀର ରଞ୍ଜନ କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ବିରୋଧୀ ସଂସଦରେ ନିଜର ଅନୁଭୂତି କହିବା ଦରକାର ।