କରୋନା ଟିକା ନେଲେ ମିଳିବ ପୁରସ୍କାର: ଏହି ସହରର ଲୋକଙ୍କ ପାଖରେ ରହିଛି ଟିଭି, ମୋବାଇଲ ଜିତିବାର ସୁଯୋଗ

197

କନକ ବ୍ୟୁରୋ: ଦେଶରେ କରୋନା ଟିକାକରଣକୁ ଜୋରଦାର କରୁଛନ୍ତି ସରକାର । ଏହାରି ମଧ୍ୟରେ ମଣିପୁର ରାଜଧାନୀ ଇମ୍ଫାଲରେ ବ୍ୟାପକ ଟିକାକରଣ କରିବା ପାଇଁ ଏକ ଅଭିନବ ଉପାୟ ନେଇଛି ପ୍ରଶାସନ । ଏଠାରେ ଘୋଷଣା କରାଯାଇଛି ଟିକା ନେବା ପାଇଁ ଆସିଲେ ଲୋକମାନଙ୍କ ପାଇଁ ଟିଭି, ମୋବାଇଲ ଫୋନ ଓ କମ୍ବଳ ଜିତିବାର ସୁଯୋଗ ଦିଆଯିବ ।

ଟିକାକରଣକୁ ବ୍ୟାପକ କରିବା ପାଇଁ ଇମ୍ଫାଲ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମ କରିଛି । ଏହି କାର୍ଯ୍ୟକ୍ରମର ନାଁ ‘ଟିକାର ଡୋଜ ନିଅନ୍ତୁ ପୁରସ୍କାର ଜିତନ୍ତୁ’ ଦିଆଯାଇଛି ଏହି କାର୍ଯ୍ୟକ୍ରମର ଆରମ୍ଭ ୨୪, ୩୧ ଅକ୍ଟୋବର ଓ ୭ ନଭେମ୍ବରକୁ କରାଯିବ ।

ଏଥିରେ ଲଟେରୀର ବ୍ୟବସ୍ଥା କରାଯାଇଛି । ପ୍ରଥମ ପୁରସ୍କାର ବିଜେତାଙ୍କୁ ଟେଲିଭିଜନ, ଦ୍ୱିତୀୟ ବିଜେତାଙ୍କୁ ମୋବାଇଲ ଫୋନ ଓ ତୃତୀୟ ବିଜେତାଙ୍କୁ କମ୍ବଳ ଦିଆଯିବ । ଅନ୍ୟ ୧୦ ଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଦିଆଯିବ ।