କନକ ବ୍ୟୁରୋ : ହଜାର ହାଜର ଲୋକ ବେଘର ହେଲେ, ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲା । ରାଜ୍ୟ ଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ବଦନାମ ହେଲେ । ୧୦ ମାସ ଧରି ମଣିପୁରର ଜନଜୀବନ ଅସ୍ତବ୍ୟସ୍ତ ହେବା ପରେ ହାଇକୋର୍ଟ ତାର ଆଦେଶ ବଦଳାଇଲେ ।
ମଣିପୁର ହାଇକୋର୍ଟ ମୈତେଇ ସମୁଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବା ନେଇ ଦେଇଥିବା ଆଦେଶ ପ୍ରତ୍ୟାହାର କରିନେଇଛନ୍ତି । ଏନେଇ ହାଇକୋର୍ଟଙ୍କ ତରଫରୁ ୨୦୨୩ ମସିହାରେ ରାଜ୍ୟସରକାରଙ୍କୁ ମୈତେଇ ସଂପ୍ରଦାୟକୁ ଜନଜାତି ବର୍ଗରେ ସାମିଲ କରିବାକୁ ଆଦେଶ ଦେଇଥିଲେ । ଏହି ଆଦେଶ ପରେ ମଣିପୁରରେ ଜାତିଗତ ହିଂସା ଉଗ୍ରରୂପ ନେଇଥିଲା । ଏଥିରେ ସରକାରୀ ରିପୋର୍ଟ ମୁତାବକ ୨ଶହରୁ ଅଧିକ ନାଗରିକଙ୍କ ଜୀବନ ଯାଇଛି ।
ହାଇକୋର୍ଟଙ୍କ ଆଦେଶ ପରେ ମଣିପୁରରେ ଏହାକୁ ପ୍ରବଳ ବିରୋଧ କରାଯାଇଥିଲା । ଏହାପରେ ଜଣେ ଆବେଦନକାରୀ ଏହା ପରେ ସମୀକ୍ଷା ଆବେଦନ ଦାଖଲ କରିଥିଲେ । ଏହି ସମୀକ୍ଷା ଆବେଦନ ଉପରେ ଶୁଣାଣି କରି କୋର୍ଟ ନିଜୟ ନିଷ୍ପତ୍ତି ବଦଳାଇ ଦେଇଛନ୍ତି ।
ସୂଚନା ଥାଉ କି, ଗତବର୍ଷ ମାର୍ଚ୍ଚ ୨୭ ତାରିଖରେ ମଣିପୁର ହାଇକୋର୍ଟ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ମୈତେଇ ସମୁଦାୟକୁ ଜନଜାତି ବର୍ଗରେ ସାମିଲ କରିବା ନେଇ ବିଚାର କରାଯାଉ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/33-14.jpg)