ବିବାଦୀୟ ରାୟ ହଟାଇଲେ ମଣିପୁର ହାଇକୋର୍ଟ । ମୈତେଇଙ୍କୁ ଏସଟି ମାନ୍ୟତା ଉପରେ ହେବନି ବିଚାର

191

କନକ ବ୍ୟୁରୋ : ମଣିପୁର ହାଇକୋର୍ଟଙ୍କ ଯେଉଁ ଆଦେଶ ପାଇଁ ଜଳିଥିଲା ପୂରା ମଣିପୁର ତାକୁ ଏବେ ରଦ୍ଦ କରାଯାଇଛି । ହାଇକୋର୍ଟ ନିଜର ସେହି ଆଦେଶକୁ ରଦ୍ଧ କରିଛନ୍ତି ଯେଉଁଥିରେ ମୈତେଇ ଅନୁସୂଚତି ଜନଜାତି ସୂଚୀ ଭାବେ ବିଚାର କରାଯାଉ ବୋଲି କହିଥିଲେ । ମଣିପୁର କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ପରେ ହିଂସାରେ ଜଳିଥିଲା ମଣିପୁର । ଜାଣିବା ହିଂସା କେବେ ଓ କେଉଁ କାରଣ ପାଇଁ ଆରମ୍ଭ ହୋଇଥିଲା ଆଦିବାସୀ ଓ ଅଣଆଦିବାସୀଙ୍କ ଭିତରେ କାହିଁକି ତେଜିଲା ଏଭଳି ବିବାଦ । କାହିଁକି ଅଶାନ୍ତ ହୋଇ ପଡିଲା ମଣିପୁର । ହିଂସାକାଣ୍ଡ ପଛର ପ୍ରକୃତ କାରଣ କଣ?

ହିଂସାକାଣ୍ଡ ପଛର ପ୍ରକୃତ କାରଣ
– ମଣିପୁରର ପ୍ରାୟ ୩୮ ଲକ୍ଷ ଜନସଂଖ୍ୟା ଭିତରୁ ଅଧାରୁ ଅଧିକ ମୈତେଈ ସମୁଦାୟର ଲୋକ
– ମଣିପୁର ୧୦% ଅଂଚଳ ଇମ୍ଫାଲ ଘାଟି ମୈତେଈ ସମୁଦାୟ ବହୁଳ ଅଂଚଳ
– ନିକଟରେ ମଣିପୁର ହାଇକୋର୍ଟ, ମୈତେଈ ସମୁଦାୟକୁ ଅନୁସୁଚିତ ଜନଜାତି ତାଲିକାଭୁକ୍ତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ
– ଏହାକୁ ବିରୋଧ କରୁଛନ୍ତି ମଣିପୁରର ନଗା ଓ କୁକି ଜନସଜାତି
– ମୈତେଈ ସମୁଦାୟକୁ ସଂରକ୍ଷଣ ଦେବା ବିରୋଧ କରି ତେଜିଲା ବିବାଦ

ମୈତେଈ ସମୁଦାୟ ଲୋକଙ୍କ କହିବା କଥା ୧୯୪୯ରେ ଭାରତୀୟ ସଂଘରେ ମିଶିବା ପୂର୍ବରୁ ସେମାନଙ୍କୁ ଜନଜାତିର ସଂରକ୍ଷଣ ମିଳିଥିଲା । ଗତ ୭୦ ବର୍ଷରେ ମୈତେଈ ସମୁଦାୟର ଲୋକସଂଖ୍ୟା ହ୍ରାସ ପାଇ ୬୨ ପ୍ରତିଶତରୁ ୫୦ ପ୍ରତିଶତରେ ପହଁଚି ସାରିଲାଣି । ନିଜ ଲୋକଙ୍କ ଅଧିକାର ଦାବି ପାଇଁ ସେମାନେ ଜନଜାତି ସଂରକ୍ଷଣ ପାଇଁ ଲଢେଇ କରି ଆସୁଥିଲେ । ହେଲେ ପୂର୍ବରୁ ଜନଜାତି ତାଲିକାଭୁକ୍ତ ଥିବା ଲୋକଙ୍କ କହିବା କଥା ମୈତେଈ ସମାଜ ସବୁ ସୁବିଧା ପାଉଛି । ରାଜନୈତିକ ଦୃଷ୍ଟିକୋଣରୁ ମୈତେଇ ସମାଜର ରହିଛି ଦବଦବା । ସେହିପରି ଇମ୍ଫାଲରେ ମୈତେଇ ସମୁଦାୟ ବ୍ୟତୀତ ଅନ୍ୟ ସମୁଦାୟ ଲୋକଙ୍କୁ ଘର କରିବାକୁ ମିଳିନଥାଏ ଅନୁମତି । ଆଉ ସେମାନଙ୍କୁ ଯଦି ଅନୁସୂଚିତ ଜନଜାତିର ମାନ୍ୟତା ମିଳେ ତାହାଲେ ସେମାନେ ପାହାଡି ଅଂଚଳ ବି ଦଖଲ କରିନେବେ ।