ମଣିପୁରରେ ଘୁଞ୍ଚିଲା ନିର୍ବାଚନ ତାରିଖ, ଜାଣନ୍ତୁ କାହିଁକି ତାରିଖ ପରିବର୍ତ୍ତନ କଲେ ନିର୍ବାଚନ ଆୟୋଗ

ମଣିପୁରରେ ଘୁଞ୍ଚିଲା ନିର୍ବାଚନ ତାରିଖ,  ଜାଣନ୍ତୁ କାହିଁକି ତାରିଖ ପରିବର୍ତ୍ତନ କଲେ ନିର୍ବାଚନ ଆୟୋଗ

କନକ ବ୍ୟୁରୋ : ଏବେ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୫୮ ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି । ହେଲେ ମଣିପୁରରେ ଭୋଟ ଗ୍ରହଣ ପାଇଁ ନିର୍ବାଚନ ଆୟୋଗ ପ୍ରଥମେ ଘୋଷଣା କରିଥିବା ତାରିଖକୁ ବଦଳାଇ ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ଏବେ ସେଠାରେ ଫେବୃଆରୀ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ଫେବୃଆରୀ ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ବୋଲି ଘୋଷଣା କରାଯାଇଥିଲା ।

ଏନେଇ ନିର୍ବାଚନ ଆୟୋଗ କହିଛନ୍ତି କି ଫେବୃଆରୀ ୭ ଓ ୮ ତାରିଖରେ ସେ ନିଜେ ମଣିପୁର ଯାଇ ସେଠାରେ ଗ୍ରାଉଣ୍ଡ ଜିରୋର ସ୍ଥିତି ପରଖି ଥିଲେ । ଏହି କ୍ରମରେ ସେ ଅନେକ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା କରିଥିଲେ । ଏହା ସହ ପୋଲିସ ସହ ବି ଆଲୋଚନା ହୋଇଥିଲା । ସମସ୍ତଙ୍କ ପରାମର୍ଶକୁ ଧ୍ୟାନରେ ରଖି ନିର୍ବାଚନ ତାରିଖର ପରିବର୍ତ୍ତନ କରାଯାଇଥିବା କଥା ନିର୍ବାଚନ ଆୟୋଗ କହିଛନ୍ତି ।

କହିରଖୁ କି ଏହା ପୂର୍ବରୁ ବି ନିର୍ବାଚନ ଆୟୋଗ ପଞ୍ଜାବର ଭୋଟ ଗ୍ରହଣ ତାରିଖରେ ପରିବର୍ତ୍ତନ କରିଥିଲେ । ପ୍ରଥମେ ଏଠାରେ ଫେବୃଆରୀ ୧୪ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ସମସ୍ତ ରାଜନୈତିକ ଦଳମାନଙ୍କର ଅନୁରୋଧ କ୍ରମେ ଭୋଟ ଗ୍ରହଣ ତାରିଖକୁ ଫେବୃଆରୀ ୨୦ ତାରିଖକୁ ପରିବର୍ତ୍ତନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe