ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଗାଡି ଉପରକୁ ଉଗ୍ରବାଦୀ ଆକ୍ରମଣ । ଜଣେ ଯବାନ ଆହାତ

122

କନକ ବ୍ୟୁରୋ : ଉଗ୍ରବାଦୀମାନେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଗାଡି ଉପରକୁ ଆକ୍ରମଣ କରିଛନ୍ତି । ସୁରକ୍ଷା ବଳ ଭିତରେ ଯାଉଥିବା ଏନ ବିରେନ ସିଂ କାଙ୍ଗପୋକପି ଜିଲ୍ଲାକୁ ଯାଉଥିବା ବେଳେ ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଛି । ଏଥିରେ ଜଣେ ଯବାନ ଆହାତ ହୋଇଥିବା ଜଣାପଡିଛି ।

ପୋଲିସର ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ମଣିପୁରର ହିଂସା ପ୍ରଭାବିତ ଜେରିବାମ ଜିଲ୍ଲାକୁ ଯାଉଥିଲେ । ହେଲେ ହଠାତ ରାସ୍ତାରେ ତାଙ୍କ ଗାଡି ଉପରକୁ ଉଗ୍ରବାଦୀମାନେ ଗୁଳି ଚାଳନା କରିଥିଲେ । ଏହାକୁ ଦେଖି ସୁରକ୍ଷା କର୍ମୀମାନେ ପାଲଟା ଜବାବ ଦେଇଥିଲେ । ଏହା ପୂର୍ବରୁ ସେହି ଜିଲ୍ଲାର ବନ ବିଭାଗ କାର୍ଯ୍ୟାଳୟ ଓ ୫୦ ରୁ ଅଧିକ ଘର ପୋଡି ଦେଇଥିଲେ ।

ପୋଲିସ କହିଛି କି ଏବେ ଜେରିବାମ ଜିଲ୍ଲାରେ ସ୍ଥିତି ହିଂସକ ରହିଛି । ଶନିବାର ଦିନ ଘଟିଥିବା ଘଟଣା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମଣିପୁର ଜେରିବାମ ଜିଲ୍ଲାରେ ଉଗ୍ରବାଦୀମାନେ ଜଣେ ୫୯ ବର୍ଷିୟ ବୃଦ୍ଧାଙ୍କୁ ହତ୍ୟା କରିବା ପରେ ସେଠାରେ ହିଂସା ଦେଖାଦେଇଛି ।