କନକ ବ୍ୟୁରୋ : ଜନାଦେଶ ୨୦୨୨ । ମଣିପୁରର ସମସ୍ତ ୬୦ ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ସକାଳ ୧୧ଟା ସୁଦ୍ଧା ଏଠାରେ ଅନ୍ୟାନ୍ୟ ଦଳ ୨୬ ଆସନରେ ଆଗୁଆ ଥିବା ବେଳେ ବିଜେପି ୨୫ ଆସନରେ ଆଗୁଆ ରହିଛି । ତେବେ କଂଗ୍ରେସ ୯ଆସନରେ ଆଗୁଆ ରହିଛି । ମଣିପୁରର ହେଙ୍ଗାଗ ଆସନରୁ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଅଗ୍ରଣୀ ରହିଛନ୍ତି । ସେ ତାଙ୍କର ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପ୍ରାୟ ୧୧,୦୦୦ ଭୋଟରେ ଆଗୁଆ ଅଛନ୍ତି ।

Advertisment

- ୨୦୧୭ରେ ସର୍ବାଧିକ ୨୮ଟି ଆସନ ଜିତିଥିଲା କଂଗ୍ରେସ
- ହେଲେ ମେଂଟ କରି କ୍ଷମତା ହାତେଇ ନେଲା ବିଜେପି
- ୩ଟି ଆଂଚଳିକ ଦଳ ସହ ହାତ ମିଳାଇଥିଲା ବିଜେପି
- ଏନପିପି, ଏଲଜେପି ଓ ସ୍ୱାଧୀନଙ୍କୁ ନେଇ ସରକାର ଗଢିଲା ବିଜେପି
- ୬୦ ବିଧାନସଭା ଆସନ ବିଶିଷ୍ଟ ମଣିପୁରରେ ବୀରେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀ
- ପ୍ରଥମଥର ନୀତିଶ କୁମାରଙ୍କ ଜେଡିୟୁ ମୈଦାନକୁ ଓହ୍ଲାଇଛି