ପୁଣି ଥରେ ଚର୍ଚ୍ଚାରେ ମଣିଶଙ୍କର ଅୟର : ନରେନ୍ଦ୍ର ମୋଦିଙ୍କୁ ନେଇ ଦେଇଥିବା ନିଜ ବିବାଦୀୟ ମନ୍ତବ୍ୟ ‘ନିଚ୍ ଆଦମୀ’କୁ କହିଲେ ଠିକ୍

106

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ଶେଷ ହେବାର ଠିକ୍ ପୂର୍ବରୁ କଂଗ୍ରେସ ନେତା ମଣିଶଙ୍କର ଅୟରଙ୍କ ବିବାଦୀୟ ‘ନିଚ୍ ଆଦମୀ’ ମନ୍ତବ୍ୟ ପୁଣି ଥରେ ଫେରିଛି । ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ତାଙ୍କୁ ନିଚ୍ ଆଦମୀ ବୋଲି କହିଥିଲେ କଂଗ୍ରେସ ନେତା ମଣିଶଙ୍କର ଅୟର । ଏବେ ପୁଣି ଥରେ ତାଙ୍କ ମନ୍ତବ୍ୟକୁ ଠିକ୍ ବୋଲି ଦର୍ଶାଇ ସେ ଏକ ଲେଖା ପ୍ରକାଶ କରିଛନ୍ତି । ମୋଦି ନିର୍ବାଚନୀ ରାଲିରେ ଦେଉଥିବା ଭାଷଣକୁ ଉଲ୍ଲେଖ କରି ସେ ଲେଖିଛନ୍ତି ଯେ, ୨୦୧୭ରେ ସେ କ’ଣ କହିଥିଲେ ସମସ୍ତଙ୍କର ମନେଥିବ । ଏବଂ ସେ ମୋଦିଙ୍କୁ ନେଇ ଠିକ୍ ଭବିଷ୍ୟବାଣୀ କରିଥିଲେ ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

ଏହାରି ଭିତରେ କଂଗ୍ରେସ ଏଥିରୁ ନିଜକୁ ଅଲଗା କରି ଏହା ଅୟରଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହିଛି । ଅପରପକ୍ଷରେ କିନ୍ତୁ ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୁଣି ଘେରିଛି ବିଜେପି । ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ଅୟରଙ୍କ ଏହି ବୟାନକୁ ବେଶ ସମାଲୋଚନା କରାଯାଇଥିଲା । ବିଜେପି ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଏହାକୁ ସମାଲୋଚନା କରିଥିଲେ । ପରେ କଂଗ୍ରେସର ଏହି ନେତା ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।

Comments are closed.