କନକ ବ୍ୟୁରୋ: ଆଜିଯାଏଁ ଲୋକେ ଗାଡି, ଘର, ଫୋନ୍ ସବୁ କିସ୍ତି ବା ଇଏମଆଇରେ କିଣୁଥିବା ଆପଣ ଜାଣିଛନ୍ତି ହେଲେ ଏଣିକି ଆପଣ ଆମ୍ବ ମଧ୍ୟ ଇଏମଆଇରେ କିଣି ପାରିବେ ଏବଂ ୧୨ ମାସ ଭିତରେ ଏହାର ମୂଲ୍ୟକୁ ସୁଝିପାରିବେ ।

Advertisment

ଖରା ଦିନରେ ଯଦି ଟିକେ ଆମ୍ବ ପାଟିରେ ନବାଜିଲା ତାହେଲେ ଆଉ କ’ଣ? ଧନୀ ହୁଅନ୍ତୁ ବା ଗରୀବ ସବୁ ଭାରତୀୟଙ୍କ ମନରେ ଆମ୍ବ ଖାଇବାକୁ ଇଚ୍ଛା । ହେଲେ ଆଜିକାର ମହଙ୍ଗା ବଜାରରେ ଆମ୍ବ କିଣି ଖାଇବାକୁ ଲୋକେ ଡରିଲେଣି । ଧନୀକ ଶ୍ରେଣୀର ଲୋକେ ସିନା ଯେତେ ଟଙ୍କା ମୂଲ୍ୟ ଦେଇ ଆମ୍ବ ଖାଇପାରିବେ, ହେଲେ ଗରୀବ ଶ୍ରେଣୀ ବା ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ପାଇଁ ଏହା କଷ୍ଟକର ବ୍ୟାପାର ହେଲାଣି । କାରଣ ବଜାରରେ ଆମ୍ବ ଦର ଏବେ ଆକାଶ ଛୁଆଁ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପୁଣେର ଫଳ ବ୍ୟବସାୟୀ ଗୌରବ ସାନସ୍ ଆରମ୍ଭ କରିଛନ୍ତି ଏକ ଅଭିନବ ଉପାୟ । ଏବଂ ଏପରି ଏକ ନୂଆ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳ ତଥା ଆଖପାଖ ଅଞ୍ଚଳର ଗ୍ରାହକ ବେଶ୍ ଖୁସି ।

 ସମସ୍ତେ ଯେପରି ଆମ୍ବର ସ୍ୱାଦ ପାଇପାରିବେ ସେଥିପାଇଁ ଗୌରବ ଆରମ୍ଭ କରିଛନ୍ତି ଆମ୍ବ କିଣିବାକୁ ଇଏମଆଇର ବ୍ୟବସ୍ଥା । ବଜାରରେ ଯେତେ ପ୍ରକାର ଆମ୍ବ ମିଳୁଛି ସ୍ୱାଦ, ଓ ବାସ୍ନାରେ ସବୁଠାରୁ ଆଗରେ ଆଲଫୋନ୍ସୋ ପ୍ରଜାତିର ଆମ୍ବ । ହେଲେ ଏହାର ଏହାର ଦାମ୍ ବି ସେହିଭଳି ଉଚ୍ଚ ଥିବାରୁ ଏହାକୁ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ହେଲେ ଏହାକୁ ଏବେ କିସ୍ତି ମୂଲ୍ୟରେ ବିକ୍ରି କରିବା ଆରମ୍ଭ କରିଛନ୍ତି ଗୌରବ । ଏହାକୁ କିଲୋ ପିଛା ୬୦୦ରୁ ୧୨ଶହ ଓ ତଦୁଦ୍ଧ୍ୱର୍ ମୂଲ୍ୟରେ ବିକ୍ରି କରାଯାଉଥିବାବେଳେ ଏହାକୁ କିଣିନେଇ ଏହାର ଦାମ୍ ୬ରୁ ମାସ ଭିତରେ ଦେଇପାରିବାର ବ୍ୟବସ୍ଥା କରିଛନ୍ତି ଗୌରବ । ଏହାର ଦାମକୁ କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡରେ ମଧ୍ୟ କିସ୍ତିରେ ସୁଝିପାରିବେ ।

ଏପରି ଏକ ଯୋଜନା ସହ ଗୌରବଙ୍କ ଫଳ ବେପାର ମଧ୍ୟ ପୂର୍ବାପେକ୍ଷା ବଢିଛି । ଆଗକୁ ଏହାକୁ କୌଣସି ଫାଇନାନ୍ସ ଏଜେନ୍ସି ସହ ସଂଲଗ୍ନ କରିବାକୁ ମଧ୍ୟ ଯୋଜନା ରଖିଛନ୍ତି ।