କନକ ବ୍ୟୁରୋ : ବଜାରରୁ ଆମ୍ବ ଗାଏବ । ବିଗତ ଦିନ ମାନଙ୍କରେ ଏହି ସମୟରେ ଆମେ ଆମ୍ବର ଅଭାବୀ ବିକ୍ରି କଥା କହୁଥିଲେ । ତେବେ ଚଳିତ ବଜାରରେ ଆମ୍ବର ବ୍ୟାପକ ଅଭାବ ଦେଖିବାକୁ ମିଳିଛି । ବିଶେଷ କରି ମାଲକାନଗିରି ଜିଲ୍ଲାରେ ଓଡିଶା ସମେତ ପଡୋଶୀ ରାଜ୍ୟକୁ ଆମ୍ବ ରପ୍ତାନୀ ହୋଉଥିବା ବେଳେ ଏଥର କିନ୍ତୁ ମାଲକାନଗିରି ଜିଲ୍ଲାର ଆମ୍ବ ବଗିଚାରୁ ଆମ୍ବ ସମ୍ପୂର୍ଣ ରୂପେ ଉଭାନ ହୋଇ ଯାଇଛି । ବାଜାରରେ ପଡୋଶୀ ଆନ୍ଦ୍ରରୁ ଯାହା ବି କାଁ ଭାଁ ଆମ୍ବ ଆସୁଛି ତାହା କିନ୍ତୁ ୧୦୦ ରୁ ୧୨୦ କିମ୍ବା ୧୫୦ ଟଙ୍କା ପ୍ରତି କିଲୋ ଦରରେ ବିକ୍ରି ହୋଉଛି ।
ଆଉ ଚଢା ଦରରେ ଆମ୍ବ କିଣିବାକୁ ବାଧ୍ୟ ହେଉଛନ୍ତି ଗ୍ରାହକ । ମାଲକାନଗିରି ଜିଲ୍ଲାର ଆମ୍ବର ପୁରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ବିଶେଷ କରି ମାଲାକନଗିରି ଜିଲ୍ଲାର ସୁଆଦିଆ ଆମ୍ପପାଲି, ଦଶହରି, ବାଇଗନପାଲି ଓ ମଲିକା ପରି ଆମ୍ବର ଚାହିଦା ବେଶ ରହିଛି । ୨୦୧୭ ମସିହାରେ ନାବାର୍ଡର ଆର୍ଥୀକ ସହାୟତା ଜରିଆରେ- ଓାଡି ପ୍ରକଳ୍ପ ମାଧ୍ୟମରେ ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକର ୨ ଟି ପଂଚାୟତର ୭ ଗାଁର ପ୍ରାୟ ୧୬୦୦ ଲୋକ ନିଜ ଢେପ ଜମିରେ ଆମ୍ବ ଚାଷ କରିଥିଲେ ।
ପ୍ରତିବର୍ଷ ପ୍ରତି ଚାଷୀ ୫ ରୁ ୧୦ ଟନ୍ ଆମ୍ବ ବିକ୍ରୀ କରି ୩୦ ରୁ ୮୦ ହଜାର ଟଙ୍କା ଯାଏଁ ରୋଜଗାର କରୁଥିଲେ । ଆଉ ଏ ହୋଉଛି ଚଳିତ ବର୍ଷ ଆମ୍ବ ବଗିଚାର ଚିତ୍ର । କୌଣସି ଗୋଟିଏ ହେଲେ ବଗିଚାରେ ଆମ୍ବ ଫଳି ନାହିଁ । ଫଳରେ ଆମ୍ବ ଚାଷୀ ହତାଶ ହୋଇ ପଡିବା ସହ ଆର୍ଥୀକ କ୍ଷତି ସହୁଛନ୍ତି । ମାଲକାନଗିରି ଏମଭି ୪ ଗାଁରୁ ବ୍ରଜେନ କିସ୍କୁ ପ୍ରତି ବର୍ଷ ୫୦ ରୁ ୭୦ କୁଇଣ୍ଟାଲ୍ ଆମ୍ବ ଆମଦାନୀ କରି ୫୦ ରୁ ୬୦ ହଜାର ଟଙ୍କା ରୋଜଗାର କରୁ ଥିଲେ । ତେବେ ବ୍ରଜେନଙ୍କ ଦେହାନ୍ତ ପରେ ଚଳିତ ବର୍ଷ ବ୍ରଜେନଙ୍କ ପତ୍ନୀ ବିନାପାଣିଙ୍କୁ ହତାଶ ହୋଇ ପଡିଛନ୍ତି ।