କନକ ବ୍ୟୁରୋ: ଗଛରେ ସଢୁଛି ସୁଆଦିଆ ଆମ୍ବ । ବଜାର ଖୋଜୁଛି ଆମ୍ରପାଲି ଓ ଦଶହରି । ପବନରେ ଲହଡି ଭାଙ୍ଗୁଛ ପାଚିଲା ଆମ୍ରପାଲି, ମଲିକା, ବାଇଗଣପଲି ପରି ସୁଆଦିଆ ଆମ୍ବ । ମାଲକାନଗିରି ଜିଲ୍ଲା ସିଆଡିମାଳ ଗାଁଁର ବ୍ରଜେନ କିସ୍କୁ ଗତ ୨୦୦୭ ମସିହାରେ ନାବାର୍ଡ ଓାଡି ପ୍ରକଳ୍ପ ଜରିଆରେ ନିଜ ୩ ଏକର ଢିପ ଜମିରେ ଆମ୍ବ ବୃକ୍ଷ ରୋପଣ କରିଥିଲେ । ଏବଂ ୨୦୧୪ ମସିହା ଠାରୁ ପ୍ରତି ବର୍ଷ ପ୍ରାୟ ୧୦୦ ରୁ ୩୦୦ କ୍ୱିଂଟାଲ ଆମ୍ବ ଅମଳ କରନ୍ତି ବ୍ରଜେନ ଓ ତାଙ୍କ ପରିବାର । ତାଙ୍କ ବାଡିରୁ ହିଁ କିଲୋ ପିଛା ୨୦ ରୁ ୩୦ ଟଙ୍କା ଦରରେ ବ୍ୟବସାୟୀ କିଣି ନେଉଥିଲେ । ଏଥିରୁ ୩୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ ବ୍ରଜେନ ।
ଲକଡାଉନ ଯୋଗୁଁ ସକାଳ ୭ ରୁ ଦିନ ୧୧ ଟା ଯାଏଁ ପନିପରିବା ଓ ଫଳମୂଳ ବିକିବା ଲାଗି ଅନୁମତି ରହିଛି । ତେବେ ଗାଁରୁ ଆମ୍ବ ଆଣି କମ ସମୟରେ ଆମ୍ବ ବିକିବା କ୍ଷୁଦ୍ର ବ୍ୟବସାୟଙ୍କ ପାଇଁ କଷ୍ଟକର ହୋଇ ପଡିିଛି । ତେଣୁ ଯେଉଁ ବାଇଗଣପଲି, ଦଶହରି, ମଲିକା ବା ଆମ୍ରପାଲି ଆମ୍ବ ବଜାର ରେ ୫୦ ରୁ ୭୦ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ବିକ୍ରି ହେଉଥିଲା ତାହା ଏବେ ୨୦ ରୁ ୩୦ ଟଙ୍କ ମଧ୍ୟରେ ଉପଲବ୍ଧ ହେଉଛି । ତାହା ପୁଣି ସମ୍ପୂର୍ଣ୍ଣ ବିକ୍ରି ହେଉ ନାହିଁ ।
Follow Us