ନିଜ ସାହସ ବଳରେ ଇଂରେଜ ହୁକୁମ ଆଗରେ ନତମସ୍ତକ ନ ହୋଇ ବୀର ଭଳି ଶତ୍ରୁର ସାମ୍ମା କରିଥିବା ପ୍ରଥମ ସ୍ୱାଧିନତା ସଂଗ୍ରାମୀ ହେଲେ ମଙ୍ଗଲ ପାଣ୍ଡେ । ମଙ୍ଗଲ ପାଣ୍ଡେଙ୍କ ଜନ୍ମ ୧୮୨୭ ମସିହା ଆଜିର ଦିନରେ ଅର୍ଥାତ୍ ୧୯ ଜୁଲାଇରେ ହୋଇଥିଲା । ଭାରତୀୟ ସ୍ୱାଧିନତା ସଂଗାମରେ ମଙ୍ଗଲ ପାଣ୍ଡେଙ୍କ ନାଁ ଅଗ୍ରଣୀ ଯୋଦ୍ଧାଙ୍କ ରୂପେ ଲେଖାଯାଏ । ଯାହାଙ୍କ ଦ୍ୱାରା ଉଠାଇଥିବା କ୍ରାନ୍ତିସର ଜ୍ୱାଳା ଇଂରେଜମାନଙ୍କ ଇଷ୍ଟ୍ ଇଣ୍ଡିଆ କମ୍ପାନୀକୁ ଦୋହଲାଇ ଦେଇଥିଲା ।
ଜନ୍ମ :
ଉତ୍ତରପ୍ରଦେଶର ବଲିଆ ଜିଲ୍ଲାର ନଗୱା ଗ୍ରାମରେ ଜନ୍ମ ନେଇଥିବା ମଙ୍ଗଲ ପାଣ୍ଡେ ପ୍ରଥମ ଥର ପାଇଁ ଇଂରେଜଙ୍କ ବିରୋଦ୍ଧରେ “ମାରୋ ଫିରଙ୍ଗି କୋ” ନାରା ଲଗାଇଥିଲେ । ଦିବାକର ପାଣ୍ଡେ ଏବଂ ଅଭୟ ରାଣୀ ଦେବୀଙ୍କ କୋଳମଣ୍ଡନ କରି୍ଥିବା ମଙ୍ଗଲ ପ୍ରଥମେ ସୈନ୍ୟ ବିଭାଗରେ ଯୋଗ ଦେଇଥିଲେ । କିନ୍ତୁ ଇଂରେଜ ମାନଙ୍କ ଆକ୍ରୋଶର ଶିକାର ହେବା ପରେ ସେ କ୍ରାନ୍ତିକାରୀ ପାଲଟି ଭାରତବାସୀଙ୍କୁ ଇଂରେଜ ଗୁଲାମୀରୁ ମୁକୁଳିବା ପାଇଁ କହିଥିଲେ । ତାଙ୍କୁ ସର୍ବପ୍ରଥମ କ୍ରାନ୍ତିକାରୀର ମାନ୍ୟତା ମଧ୍ୟ ଦିଆଯାଇଛି ।
ନିଧନ :
୧୮୫୭ ମସିହା ଏପ୍ରିଲ୍ ୮ ତାରିଖରେ କ୍ରାନ୍ତିକାରୀ ମଙ୍ଗଲ ପାଣ୍ଡେଙ୍କୁ ଫାଶୀ ଦିଆଯାଇଥିଲା । ତାଙ୍କୁ ବେରକପୁରରେ ପାଶୀ ଦିଆଯାଇଥିଲା । ବେରକପୁରରେ ମଙ୍ଗଲ ପାଣ୍ଡେଙ୍କୁ ଫାଶୀ ଦେବାକୁ ଜଲାଦ୍ ମାନେ ମନା କରିବାର୍ୁ ସ୍ୱତନ୍ତ୍ର କୋଲକାତାରୁ ଜଲାଦଙ୍କୁ ଫାଶୀ ଦେବାକୁ ଅଣାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/07/index.php_.jpg)
/kanak/media/post_attachments/wp-content/uploads/2018/07/65050468-300x209.jpg)
/kanak/media/post_attachments/wp-content/uploads/2018/07/mangal_pandey1-300x150.jpg)