ଇସ୍କନ ସଂସ୍ଥା ବିରୋଧରେ ଆପତ୍ତିଜନକ ବୟାନ ଦେଇ ଅଡୁଆରେ ମାନେକା ଗାନ୍ଧୀ: ଶହେ କୋଟିର ମାନହାନୀ ମକଦ୍ଦମା କଲା ଇସ୍କନ୍ ଟ୍ରଷ୍ଟ

345

କନକ ବ୍ୟୁରୋ: ଅଡୁଆରେ ବିଜେପି ସାଂସଦ ମାନେକା ଗାନ୍ଧୀ । ମାନେକାଙ୍କ ନାଁରେ ମାନହାନି ମାମଲା କଲା ଇସ୍କନ । ଶହେ କୋଟି ଟଙ୍କା ମାନହାନି ମାମଲା କରି ନୋଟିସ ପଠାଇଛି ଇସ୍କନ । ଇସ୍କନ କହିଛି, ବିଜେପି ସାଂସଦଙ୍କ ବୟାନ କେବଳ ନିନ୍ଦନୀୟ ନୁହେଁ ବଂର ଇସ୍କନ ଭକ୍ତ, ସମର୍ଥକଙ୍କ ପ୍ରତି ଅପମାନ ଅଟେ । ଇସ୍କନ ବିରୋଧରେ ଅପ୍ରଚାର ଆଦୌ ବରଦାସ୍ତ କରାଯିବନି । ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ମାନେକା । ଭିଡିଓରେ ସେ ଇସ୍କନ ବିରୋଧରେ ସଂଗୀନ ଅଭିଯୋଗ କରିଥିଲେ । କଂସେଇଙ୍କୁ ଇସ୍କନ ଗାଇ ବିକୁଥିବା ଅଭିଯୋଗ କରିଥିଲେ ମାନେକ ଗାନ୍ଧୀ । ଏହି ବୟାନକୁ ନେଇ ଇସ୍କନ ସଂସ୍ଥା କ୍ଷୁବ୍ଧ ହେବା ସହ ମାନେକାଙ୍କ ବିରୋଧରେ ମାନହାନୀ ମାମଲା କରିଛି ।