କନକ ବ୍ୟୁରୋ: ସେଲଟର ହୋମକୁ ନେଇ ରାଜନୀତି । ରାଜ୍ୟର ବିଭିନ୍ନ ସେଲଟର ହୋମରେ ଅନ୍ତେବାସୀଙ୍କୁ ନିର୍ଯାତନା ମାମଲାରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି କହିଛି ବିଜେଡି । ଆଜି ଏ ନେଇ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଢେଙ୍କାନାଳ ବେଲଟିକିରି ସେଲଟର ହୋମ ଘଟଣା ନିଶ୍ଚିତରୂପେ ଦୁଃଖଦ ଓ ଦୁର୍ଭାଗ୍ୟଜନକ ଘଟଣା ।
ରକ୍ଷକରୁ ଯେଉଁମାନେ ଭକ୍ଷକ ପାଲଟିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାର ଆବଶ୍ୟକତା ରହିଛି । ଏ ନେଇ ଆଇନ ଅନୁସାରେ କାଯ ୍ର୍ୟ କରାଯାଉଛି । ତୁରନ୍ତ କାର୍ଯ୍ୟାନଷ୍ଠାନ ହୋଇଛି । ଏ ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ଯାହା କହିଛନ୍ତି ତାହା ତଥ୍ୟ ଉପରେ ଆଧାରିତ ନୁହେଁ ଓ ଏହା ମଧ୍ୟ ଗ୍ରହଣୀୟ ନୁହେଁ ବୋଲି କହିଛି ବିଜେଡି ।
ସେପଟେ ବିଜେପି ଏନେଇ ପ୍ରତିକ୍ରିୟା ରଖିଛି । ଗୁଡ ନ୍ୟୁଜ ଭଳି ସଂସ୍ଥାକୁ ବଂଚାଇବାକୁ ବିଜେଡି ମହିଳା ଦଳର ପ୍ରେସମିଟ ହାସ୍ୟପଦ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ହାତରେ ଧରାପଡିବା ଭୟରେ ବଂଚାଇବାକୁ ଚେଷ୍ଟା କରୁଛନ୍ତି । ଅତ୍ୟାଚାର ଶୋଷଣ କରୁଥିବା ଲୋକଙ୍କ ବିରୋଧରେ ବିଜେଡି ମହିଳା ଦଳ ଥରେ ବାହାରନ୍ତୁ ବୋଲି ବିଜେପି କହିଛି ।